ବଳରାମ ଖଣି ଖନନ ପାଇଁ ୭ ପରିବାରକୁ ଉଚ୍ଛେଦ 

ତାଳଚେର : ଏମସିଏଲ ବଳରାମ କୋଇଲା ଖଣି ସଂପ୍ରସାରଣ ପାଇଁ ପୋଲିସ୍ ପ୍ରଶାସନ ଓ ଖଣି କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ କଳମଛୁଇଁ ଗ୍ରାମର ୭ଟି ପରିବାରକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି । ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ସାଶ୍ୱତ ସୋଭନ ମହାପାତ୍ର, ତାଳଚେର ଏସଡ଼ିପିଓ ଭରତ ଚନ୍ଦ୍ର ବେହେରା, ହିଙ୍ଗୁଳା ଜିଏମ ମାହୁମ୍ମୁଦ ମିଅାଁ ଏବଂ ପୋଲିସ୍ ସହାୟତାରେ ଏହି ଉଚ୍ଛେଦ କାର୍ଯ୍ୟ କରାଯାଇଥିଲା । ଏମସିଏଲ ସୂଚନା ଅନୁଯାୟୀ ଏହି ୭ପରିବାରକୁ ସମ୍ପୂର୍ଣ୍ଣ ନିଯୁକ୍ତି କ୍ଷତିପୂରଣ ଅର୍ଥ ମିଳିସାରିଥିବା ବେଳେ ସେମାନଙ୍କ ଘର ଭାଙ୍ଗିନଥିଲେ ଯାହାକି, ଖଣିର ନିକଟରେ ରହିଥିବାରୁ ଖଣି ସଂପ୍ରସାରଣ ହୋଇ ପାରୁନଥିଲା । ଏପରିକି ଖଣି ଉତ୍ପାଦନ ଓ ପରିବହନ ବାଧାପ୍ରାପ୍ତ ହେଉଥିଲା । ଏହି ଉଚ୍ଛେଦ ବେଳେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିବା ବେଳେ ପୁଲିସ୍ ପ୍ରଶାସନ ପକ୍ଷରୁ ବୁଝାସୁଝା କରିବା ପରେ ଘର ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଥିଲା । ଖଣି କର୍ତ୍ତୃପକ୍ଷ ସମସ୍ତ ପରିବାର ବର୍ଗଙ୍କ ଆସବାବ ପତ୍ରକୁ ଗାଡ଼ି ସାହାୟତାର ପଠାଇ ଦେଇଥିଲେ । କ୍ଷତିଗ୍ରସ୍ତ ପରିବାରଙ୍କ ଅଭିଯୋଗ ତାଙ୍କୁ ଘର ବାବଦକୁ ଟଙ୍କା ମିଳିନଥିବାରୁ ସେମାନେ ଘର ଛାଡ଼ି ଯାଉନଥିଲେ ବୋଲି ପ୍ରକାଶ କରିଛନ୍ତି ।