ଦୈତ୍ୟାରି ପାଇଲେ ରାଜ୍ୟପାଳ ପୁରସ୍କାର
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଯୁଧିଷ୍ଠିର ଉଚ୍ଚÿମାଧ୍ୟମିକ ବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ତଥା ଯୁବ ରେଡକ୍ରସ୍ ସଂଯୋଜକ ଡ଼.ଦୈତ୍ୟାରି ପୂଜାରୀ ରାଜ୍ୟର ଶ୍ରେଷ୍ଠ ପରାମର୍ଶଦାତା ଭାବେ ମହାମହିମ ରାଜ୍ୟପାଳଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ଭୁବନେଶ୍ୱର ରାଜ ଭବନର ନୂଆ ଅଭିଷେକ ପ୍ରେକ୍ଷାଳୟରେ ଆୟୋଜିତ ରାଜ୍ୟସ୍ତରୀୟ ଯୁବ ରେଡକ୍ରସ୍ ପୁରସ୍କାର ବିତରଣ ଉସôବରେ ମହାମହିମ ରାଜ୍ୟପାଳ, ଓଡିଶା ତଥା ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ସଭାପତି ଡ. ହରିବାବୁ କମ୍ଭମପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଯୁକ୍ତ ପୂଜାରୀଙ୍କୁ ୨୦୨୩-୨୪ ବର୍ଷ ପାଇଁ ଶ୍ରେଷ୍ଠ ଯୁବ ରେଡକ୍ରସ୍ ପରାମର୍ଶଦାତା ଭାବେ ପୁରସ୍କାର ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଉକ୍ତ ଉସôବରେ ସମ୍ମାନିତ ଅତିଥି ଭାବେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନବିଏସ ରାଜପୁତ ଓ ଭାରତୀୟ ରେଡକ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଗଣେଶ ଚନ୍ଦ୍ର ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଯୁବ ରେଡକ୍ରସ୍ ଅଧିକାରୀ ଡ଼. ରମେଶ ଚନ୍ଦ୍ର ବେହେରା ଓ କନିଷ୍ଠ ରେଡକ୍ରସ୍ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଜଣେ ନିୟମିତ ରକ୍ତଦାତା ଓ ପ୍ରୋସôାହକ ଭାବେ ଡ଼. ଦୈତ୍ୟାରି ପୂଜାରୀ ପୂର୍ବରୁ ରାଜ୍ୟ ରକ୍ତବୀର ସମ୍ମାନରେ ସମ୍ମାନୀତ ହୋଇଥିଲେ । ରକ୍ତଦାନ ବ୍ୟତୀତ ଯୁବ ରେଡକ୍ରସ୍ ଓ ରେଡ ରିବନ କ୍ଲବ ସମ୍ବନ୍ଧିତ ବିଭିନ୍ନ ସଚେତନ ମୂଳକ କାର୍ଯ୍ୟକ୍ରମ ସଂପାଦନ, ପ୍ରାଥମିକ ସହାୟତା ତାଲିମ ପ୍ରଦାନ, ବୃକ୍ଷରୋପଣ, ବିପର୍ଯ୍ୟୟ ପରିଚାଳନା ପରି ଉଲ୍ଲେଖନୀୟ ଅବଦାନ ତଥା ବଲାଙ୍ଗୀର ଜିଲ୍ଲା ଯୁବ ରେଡକ୍ରସ୍ର କାର୍ଯ୍ୟକ୍ରମ ଗୁଡିକୁ ସଫଳ ରୂପେ ପରିଚାଳନା କରିଥିବାରୁ ରାଜ୍ୟପାଳ ପୁରସ୍କାର ପାଇଁ ମନୋନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ସାକ୍ଷୀ ଭାବରେ ବଲାଙ୍ଗୀର ଜିଲ୍ଲା ସୁଦାମ ଚରଣ ଡିଗ୍ରୀ କଲେଜର ପରାମର୍ଶଦାତା ପ୍ରଦୀପ୍ତ ପାଣିଗ୍ରାହୀ, ସ୍ୱେଚ୍ଛାସେବୀ ଉତ୍ତମ ପଟେଲ, ଲୋଇସିଂହା ମହାବିଦ୍ୟାଳୟର ସ୍ବେଚ୍ଛାସେବୀ ଅର୍ପଣ କୁମାର ବାରିକ ଉପସ୍ଥିତ ରହି ଉସôାହିତ କରିଥିଲେ । ଏହି ସଫଳତା ପାଇଁ ଡ. ପୁଝାରୀ ବଲାଙ୍ଗୀର ଜିଲ୍ଲା ରେଡ଼କ୍ରସର ପୃଷ୍ଠପୋଷକ ଆଜୀବନ ସଭ୍ୟ ବିଷ୍ଣୁ ପ୍ରସାଦ କେଡିଆ, ଯୁଧିଷ୍ଠିର ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଧନଞ୍ଜୟ ସେଠ ତଥା ସମସ୍ତ ଅଧ୍ୟାପକ,ଅଧ୍ୟାପିକା ତଥା କର୍ମଚାରୀମାନଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି । ଏହି ସଫଳତା ପାଇବା ପଛରେ ଡ଼. ପୁଝାରୀଙ୍କ ସହଧର୍ମିଣୀ ଲୋଇସିଂହା ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପିକା ସୁନନ୍ଦା ରାଣୀ ମହାପାତ୍ର , ସୁପୁତ୍ର ବିଶ୍ୱ ରଂଜନ ପୁଜାରୀ, ଜିଲ୍ଲା ଯୁବ ରେଡକ୍ରସ୍ ବେ ଆବାହକ ସଂପାଦକ ଡ. ଅମୃତ ସିଂ ବରିହା, ଜିଲ୍ଲାର ସମସ୍ତ ପରାମର୍ଶ ଦାତା ଏବଂ ସୁବେଚ୍ଛାସେବୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।