ଆଫସାର ତୃତୀୟ ବାର୍ଷିକୋତ୍ସବ: ଗ୍ରୀନୋଭେସନ୍ ଓ ଗ୍ରୀନଭୋକେଟ୍ ପ୍ରୟାସ ଅନନ୍ୟ

 ବ୍ୟାସନଗର:  ଆର୍ୟାଲେକ୍ସ୍ ଫାଉଣ୍ଡେସନ ଫର୍ ସୋସିଆଲ ଆକ୍ଟିଭିଟିଜ୍ (ଆଫସା)ର ତୃତୀୟ ବାର୍ଷିକୋତ୍ସବ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ପରିବେଶ ସୁରକ୍ଷା ଥିମ୍କୁ ନେଇ ଆୟୋଜିତ ହୋଇଯାଇଥିବା ବାର୍ଷିକୋତ୍ସବ କାର୍ଯ୍ୟକ୍ରମରେ ଆନ୍ତଃସ୍କୁଲ ଗ୍ରୀନୋଭେସନ୍ ଏକ୍ଜିବିଶନ୍ ଏବଂ ଓଡ଼ିଶାରେ ପ୍ରଥମଥର ପାଇଁ ଗ୍ରୀନଭୋକେଟ୍ କନକ୍ଲେଭ ଆୟୋଜିତ ହୋଇଥିଲା । ସେଣ୍ଟଜନ୍ ଆମ୍ବୁଲାନ୍ସର ସେକ୍ରେଟାରୀ ନିଧି କୁମାର ରାଉତରାୟଙ୍କ କରକମଳରେ ଉଦଘାଟିତ ଗ୍ରୀନୋଭେସନ୍ ଏକ୍ଜିବିଶନ୍ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଯୋଗଦେଇ ସଷ୍ଟେନେବିଲିଟୀ ଥିମ୍ରେ ପ୍ରୋଜେକ୍ଟ କରିଥିବା ସମୟରେ ସିନିୟରଙ୍କ ମଧ୍ୟରୁ ଗ୍ରୀନ ବିଲଡ଼ିଂ ପ୍ରୋଜେକ୍ଟ, ସ୍ମାର୍ଟ ଗ୍ରୀନ ଅଗ୍ରିକଲ୍ଚରାଲ ସିଟି ଏବଂ ହାଇଡ୍ରୋପୋନିକ ଫାର୍ମିଂ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ସହ ଟପ୍ ୧୦ସ୍ଥାନରେ ରହିବାକୁ ସମର୍ଥଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ଭାବରେ ଜୁନିୟର ବିଭାଗରେ ଅନିଶା ବେହେରା, ରିଶବ୍ ମାହୁନ୍ତ, ରିପାଂଶି ରିଓନା ମହାନ୍ତି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । କାର୍ଯ୍ୟକ୍ରମରେ ଇଣ୍ଡିଆନ କ୍ଲାଇମେଟ କଂଗ୍ରେସର ସାଇଂଟିଫିକ୍ ଅଫିସର୍ ନିହାରରଞ୍ଜନ ଆଚାର୍ଯ୍ୟ ବିଚାରକ ଭାବରେ ଯୋଗ ଦେଇଥିଲେ । ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଯାଇଥିବା ଗ୍ରୀନଭୋକେଟ୍ କନକ୍ଲେଭ୍ରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିବା ଓୟୁଏଟି ଅବସରପ୍ରାପ୍ତ ପ୍ରଫେସର ସୁଶିଲ ନନ୍ଦ, ପେଡ୍ପିରିୟଡ଼ ଲିଭ୍ର ପ୍ରତିଷ୍ଠାତା ତଥା ଗ୍ଲୋବାଲ କ୍ୟାମ୍ପେନର୍ ରଞ୍ଜିତା ପ୍ରିୟଦର୍ଶିନୀ, ଏନସିଏନଏଫ୍ ଓଡିଶାର ଷ୍ଟେଟ୍ ଫାସିଲିଟେଟର୍ ଡ. ମହମ୍ମଦ ଇମରାନ୍ ଅଲ୍ଲୀ, ବିଶିଷ୍ଟ ମ୍ୟାନଗ୍ରୁଭ ଗାର୍ଡିଆନ୍ ବିଶ୍ୱଜିତ୍ ସାମଲ ପ୍ରମୁଖ ପ୍ୟାନେଲିଷ୍ଟ ଭାବରେ ବର୍ତମାନର ପାଠ୍ୟକ୍ରମରେ ସଷ୍ଟେନେବିଲିଟୀକୁ ବାଧ୍ୟତାମୂଳକ କରିବା ଯୁକ୍ତିଯୁକ୍ତ କି ନୁହେଁ ଉପରେ ଆଲୋଚନା କରି ମତାମତ ପ୍ରଦାନ ରଖିଥିଲେ । ଏହା ସହିତ ପ୍ରଖ୍ୟାତ କ୍ଲାଇମେଟ୍ ଲିଡର ପ୍ରିତିଶ୍ ନାୟକଙ୍କ ଦ୍ୱାରା ସଷ୍ଟେନେବିଲିଟୀ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଥିଲା । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥି ଆଫସାର ଏହି ଗ୍ରୀନୋଭେସନ୍ ଓ ଗ୍ରୀନଭୋକେଟ୍ କନ୍ସେପ୍ଟକୁ ଅନନ୍ୟ ବୋଲି କହିବା ସହ ବର୍ତମାନ ସମୟରେ ଆଫସାର ଜଳବାୟୁ ପରିବର୍ତନ ପରି ଏକ ଜଟିଳ ସମସ୍ୟା ଉପରେ ଏହିଭଳି ପଦକ୍ଷେପ ପାଇଁ ଭୂୟଂସୀ ପ୍ରଶଂସା କରିଥିଲେ । ଆଫସା ମୁଖ୍ୟ ଉପଦେଷ୍ଟା ରଞ୍ଜନ ଦାସ ଏବଂ ଅନୁଷ୍ଠାନ ପ୍ରତିଷ୍ଠାତା ଇଂ. ଆଲେକଜାଣ୍ଡାର ଦାସ ସମସ୍ତ ଉପସ୍ଥିତ ସଦସ୍ୟଙ୍କୁ ପରିବେଶ ସୁରକ୍ଷା ପାଇଁ ସଜାଗ ହେବା ନିମନ୍ତେ ଅପିଲ କରିବା ସହିତ ଏବେ ଠାରୁ ସଷ୍ଟେନେବିଲିଟୀ ଦିଗରେ କାର୍ଯ୍ୟ କରିବା ପାଇଁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ଆଫସା ସଷ୍ଟେନେବିଲିଟୀ ଉପରେ କାର୍ଯ୍ୟ କରୁଥିବା ବିଭିନ୍ନ ସ୍ୱେଚ୍ଛାସେବୀଙ୍କୁ ପୃଥିବୀ ରନô ସମ୍ମାନରେ ସମ୍ମାନିତ କରାଯାଇଥିବା ସମୟରେ ସେବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ଗୁଡ଼ିକ ପାଇଁ ସ୍ୱେଚ୍ଛାସେବୀଙ୍କୁ ସେବାରନô ସମ୍ମାନରେ ସମ୍ମାନିତ କରିଥିଲା । କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ଆଫସା ସଦସ୍ୟ ସହାୟତା କରିଥିଲେ ।