ଝିଅକୁ ମାଡ଼ ମାରି ଜୀବନ ହାରିଲା ବାପା

 ଚାନ୍ଦବାଲି : ଘରୋଇ କଳିକୁ ନେଇ ଝିଅକୁ ପିଟିପିଟି ସଂଜ୍ଞାହୀନ କରିବା ପରେ ବାପା ଘର ଠାରୁ କିଛି ଦୂରରେ ଏକ ଗଛରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଏମିତି ଏକ ହୃଦୟ ବିଦାରକ ଘଟଣା ଭଦ୍ରକ ଜିଲ୍ଲା ବାଂଶଡା ଥାନା ଘଣ୍ଟେଶ୍ୱର ଫାଣ୍ଡି ଅଧିନ ମଣିପୁର ଜେନାସାହି ଅଞ୍ଚଳରେ ଦେଖିବାକୁ ମିଳିଛି । ସୁରେନ୍ଦ୍ର ଜେନା ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ନିଜ ଝିଅ ଗୀତାଞ୍ଜଳି ଜେନାଙ୍କ ମଧ୍ୟ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ବାପା ଉତ୍ତକ୍ତ୍ୟ ହୋଇ ନିଜ ଝିଅକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ପରେ ଝିଅ ସଂଜ୍ଞାହୀନ ହୋଇ ପଡିଯିବାରୁ ବାପା ଘର ପାଖରେ ଥିବା ଏକ ଗଛରେ ଗାମୁଛା  ଲଗାଇ ଆତ୍ମହତ୍ୟା କରିଥିଲେ । ଗ୍ରାମବାସୀ ଘରେ ଦେଖିବା ବେଳକୁ ତାଙ୍କ ଝିଅ ଗୀତାଞ୍ଜଳି ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡି ରହିଥିଲେ । ଗ୍ରାମବାସୀ ପ୍ରଥମେ ୧୦୮କୁ ଫୋନ କରି ଡ଼ାକିବା ସହିତ ଝିଅକୁ ମେଡିକାଲ ସ୍ଥାନାନ୍ତର କରି ପୁଲିସକୁ ଫୋନ କରିଥିଲେ । ଅନ୍ୟପଟେ ବାପାକୁ ଖୋଜିବାକୁ ଗଲା ବେଳକୁ ସେ ଏକ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ମୃତ ସୁରେନ୍ଦ୍ରଙ୍କ ସ୍ତ୍ରୀ ଆଜକୁ ୩ମାସରୁ ଅଧିକ ହେବ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ସହିତ ୧୭ବର୍ଷର ପୁଅ ମଧ୍ୟ ରହିଛନ୍ତି । ଝିଅକୁ ପ୍ରଥମେ ତିହିଡି ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ଏନେଇ ଘଟଣା ସ୍ଥଳରେ ଘଣ୍ଟେଶ୍ୱର ପୁଲିସ ପହଞ୍ଚô ତଦନ୍ତ ଆରମ୍ଭ କରିଛି ।