ମହିଳା ଜୀବନ୍ତ ଦଗ୍ଧ : ଅର୍ଦ୍ଧଦଗ୍ଧ ଅବସ୍ଥାରେ ଯୁବକ ଉଦ୍ଧାର

 ପାଣିକୋଇଲି : ଗୁରୁବାର ବିଳମ୍ବିତ ରାତିରେ ବିଦୁ୍ୟତ ସର୍ଟ ସର୍କିଟରୁ  କୋରେଇ ବ୍ଲକ ମୂଳାପାଳ ପଞ୍ଚାୟତ ବରପଦା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଜଣେ ମହିଳାଙ୍କ ଜୀବନ୍ତ ଦଗ୍ଧ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ଜଣେ ଯୁବକ ଉଦ୍ଧାର ହୋଇ ମେଡ଼ିକାଲରେ ଭର୍ତି ହୋଇଛନ୍ତି । ନିଅାଁ ଗ୍ରାମର ଅନାମ ଖଟୁଆଙ୍କ ଘରେ ଲାଗିଥିଲା । ଘରେ ଅନାମ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଶୋଇଥିଲେ । ନିଅାଁ ଲାଗିବା ଜାଣି ଅନାମ ଚିକôାର କରିଥିଲେ । ଚିକôାର ଶୁଣି ଘରେ ଶୋଇଥିବା ନାତି ଅଶୋକ ଆସି ତାଙ୍କୁ ଉଦ୍ଧାର କରିବାକୁ ଘରେ ପଶିଥିଲେ । ଅନାମକୁ ସୁରକ୍ଷôତ ଭାବେ ଉଦ୍ଧାର କରିବା ସହ ପୁଣି ଲକ୍ଷ୍ମୀକୁ ଉଦ୍ଧାର କରିବାକୁ ଘର ଭିତରେ ପଶିଥିଲେ । ଘରଟି ସମ୍ପୂର୍ଣ୍ଣ ଧୂଅାଁମୟ ହୋଇଥିବା ବେଳେ ସେ ଲକ୍ଷ୍ମୀକୁ ପାଇନଥିଲେ । ଫଳରେ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଅଶୋକ ଘରୁ ବାହାରିଥିଲେ । ତାଙ୍କର ଅବସ୍ଥା ଦେଖି ସ୍ଥାନୀୟ ଲୋକମାନେ୧୦୮ଆମ୍ବୁଲାନ୍ସ ଡାକି ଅଶୋକକୁ ଯାଜପୁର ମୁଖ୍ୟ ଚିକସôାଳୟକୁ ପଠାଇଥିଲେ । ଖବର ପାଇ ଘଟଣାସ୍ଥଳେ ବୈତରଣୀରୋଡ ଦମକଳ ବାହିନୀ ପହଂଚିବା ବେଳକୁ ଘରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ହେଲେ ଲକ୍ଷ୍ମୀ (୭୫) ଘରର କାନ୍ଥ ଡେଇଁ ବାହାରିବାକୁ ଚେଷ୍ଟା କରୁଥିବା ବେଳେ ଚାଳ ପଡିଯିବାରୁ କାନ୍ଥ ଉପରେ ହିଁ ଜୀବନ୍ତ ଦଗ୍ଧ ହୋଇଥିଲେ । ଖବରପାଇ ଘଟଣାସ୍ଥଳେ ପାଣିକୋଇଲି ପୁଲିସ ପହଁଚି ତଦନ୍ତ କରିଥିଲ । ଏନେଇ ଏକ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଥିଲା । ଖବର ପାଇ ରଣପାଳ ରାଜସ୍ୱ ନରୀକ୍ଷକ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ଅଶୋକ ଦାସ ଫାଉଣ୍ଡେସନର ମହାସଚୀବ ଭବପ୍ରକାଶ ଦାସ, ବିଜେପି ନେତା ପ୍ରକାଶ ଧଳ, କଂଗ୍ରେସ ନେତା ହରେକୃଷ୍ଣ ସାହୁ, ସରପଞ୍ଚ ଜୟନ୍ତ ନାୟକ,ସମିତିସଭ୍ୟ ମଧୁସୂଦନ ନନ୍ଦୀ, ପୂର୍ବତନ ସରପଞ୍ଚ ନିରଂଜନ ନାୟକ, ଗୋଲକ ମାଝୀ, ଅଶୋକ କୁମାର ସାହୁ, ସଂଜୀବ ନାୟକ,ବାସୁଦେବ ପରିଡା ପହଁଚି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।