ଯନ୍ତ୍ରଣା ସହିନପାରି ବୃଦ୍ଧଙ୍କ ଆତ୍ମହତ୍ୟା
କୁଆଖିଆ : ଏହି ଥାନା ଅନ୍ତର୍ଗତ ମୁଗପାଳ ପଞ୍ଚାୟତ ଗଣାବାଗ ଗ୍ରାମର ଜଣେ ବୃଦ୍ଧ ଶାରୀରିକ ଯନ୍ତ୍ରଣା ସହି ନପାରି ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗ୍ରାମର ମନୁ ଦାଶ (୭୭)ଗତକାଲି ରାତିରେ ଶାରୀରିକ ଯନ୍ତ୍ରଣା ଜନୀତ କଷ୍ଟ ସହି ନପାରି ବିଷ ପିଇ ଦେଇଥିଲେ । ବିଷର ଜ୍ୱାଳା ଅସହ୍ୟ ହେବାରୁ ବାନ୍ତି ହୋଇଥିଲା । ଘରଲୋକେ ଏହା ଦେଖି ନିକଟସ୍ଥ ହରିପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଯାଜପୁର ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରିଥିଲେ । ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ ନେବା ବାଟରେ ତାଙ୍କର ମୃତୁ୍ୟ ହୋଇଥିଲା । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ୍ ଏକ ଅପମୃତୁ୍ୟ ମାମଲା ରୁଜ୍ଜୁ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି ।