ଓଷ୍ଟା ମେଧା ବୃତ୍ତି ପରୀକ୍ଷା
ନୂଆପଡା : ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ, ଓଷ୍ଟା ଆନୁକୁଲ୍ୟ ରେ ଆଜି ନୂଆପଡ଼ା ଜିଲ୍ଲାରେ ମେଧା ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ମହଗାଁ ଉଚ୍ଚ ବିଦ୍ୟାଳୟ ଓ ଗୋଡ଼ଫୁଲା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଏହି ବୃତ୍ତି ପରୀକ୍ଷାରେ ଜିଲ୍ଲାର ୧୫୮ ଜଣ ନବମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ୍ତି । ଆଜି ସମଗ୍ର ରାଜ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହେଇଥିବା ବେଳେ ଏଥିରେ ପ୍ରାୟ ଦଶ ହଜାର ଛାତ୍ର ଛାତ୍ରୀ ଭାଗ ନେଇଛନ୍ତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ପରୀକ୍ଷାରେ ଶୀର୍ଷ ୧୦୦ଜଣ ମେଧା ଛାତ୍ର ଛାତ୍ରୀଙ୍କୁ ଓଷ୍ଟା ପକ୍ଷରୁ ୩୦୦୦ ଟଙ୍କାର ବୃତ୍ତି ପ୍ରଦାନ କରିବା ସହିତ ମାନପତ୍ର ପ୍ରଦାନ କରାଯିବ । ଏହା ସହିତ ଜିଲ୍ଲାର ଶୀର୍ଷ ସ୍ଥାନ ରଖିଥିବା ମେଧାଙ୍କୁ ମଧ୍ୟ ୨୦୦୦ ଟଙ୍କାର ବୃତ୍ତି ପ୍ରଦାନ କରାଯିବ । ଏହି ମେଧା ବୃତ୍ତି ପରୀକ୍ଷା ନୂଆପଡ଼ା ଜିଲ୍ଲା ଓଷ୍ଟା ସଭାପତି ବନ ବିହାରି ମେହେର, ଜିଲ୍ଲା ସମ୍ପାଦକ ରବୀନ୍ଦ୍ରନାଥ ଯୋଷୀଙ୍କ, କାର୍ଯ୍ୟକାରୀ ସଭାପତି ସୁଶାନ୍ତ କୁମାରଙ୍କ ସମେତ ଜିଲ୍ଲା ଓଷ୍ଟାର ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ସିନାପାଲି ବ୍ଲକ ସଭାପତି ଅଶ୍ୱିନୀ କୁମାର ଯୋଷୀ,ସମ୍ପାଦକ ସୁବାଷ ଚନ୍ଦ୍ର ସାହୁ, ନୂଆପଡ଼ା ବ୍ଲକ ସଭାପତି ପ୍ରଫୁଲ୍ଲ କୁମାର ମହାରଣା, ସମ୍ପାଦକ ପାଣ୍ଡୁରାମ ପାଣ୍ଡେ, କୋମନା ବ୍ଲକ୍ ସମ୍ପାଦକ ତପନ କୁମାର ବହିଦାର, ଚିତ୍ତରଞ୍ଜନ ଦୁବେ, ବିବେକାନନ୍ଦ ଭୋଇ,ବାସୁଦେବ ବିଶି, କାର୍ତିକେଶ୍ୱର୍ ବୈଠାରୁ , ସନ୍ତୋଷ କୁମାର ମେହେର, ବସନ୍ତ କୁମାର ଦାଶ , ରବୀନ୍ଦ୍ର କୁମାର ସିଂ, ତ୍ରିନାଥ ଥାପା , କୁଳମଣି ପ୍ରଧାନ , ଉପେନ୍ଦ୍ର ନାଥ ପାଢ଼ୀ , ନୀଳାମ୍ବର ଖର୍ସଲ ପ୍ରମୁଖ ସହଯୋଗ କରିଥଲେ ।