ଦୁର୍ଘଟଣାରେ ୩ ଆହତ
ହିଞ୍ଜିଳିକାଟୁ: ହିଞ୍ଜିଳି ଥାନା ସିକିରି ଗ୍ରାମ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଦୁର୍ଘଟଣା ଘଟି ୩ ଜଣ ଆହତ ହୋଇଛନ୍ତି । ଆହତ ମାନେ ହେଲେ ହିଞ୍ଜିଳି ଥାନା ଗିରିଆ ଗ୍ରାମର ଜଗନ୍ନାଥ ପଲେଇ (୨୬), କବିସୂର୍ଯ୍ୟନଗର ଥାନା ପାଇକ ଯମୁନା ଗ୍ରାମର ବାଦଲ ଜେନା (୨୭) ଓ ହିଞ୍ଜିଳି ଥାନା ସିକିରି ଗ୍ରାମର ତୁଳସୀ ପଣ୍ଡା (୧୭) । ମଙ୍ଗଳବାର ସନ୍ଧ୍ୟାରେ ଗିରିଆ ଗ୍ରାମର ଜଗନ୍ନାଥ ଓ ସାଥି ବାଦଲ ଗିରିଆ ଗ୍ରାମରୁ ବାଇକ୍ ଯୋଗେ ହିଞ୍ଜିଳିକାଟୁ ଯାଉଥିଲେ । ସିକିରି ଗ୍ରାମ ନିକଟରେ ଯାନ ନିୟନ୍ତ୍ରଣ ଫାଟକକୁ ଧକ୍କା ଦେବା ସହ ସମ୍ମୁଖରେ ସାଇକେଲ ଯୋଗେ ଯାଉଥିବା ଜଣେ ନାବାଳିକାଙ୍କୁ ଧକ୍କା ଦେଇଥିଲେ । ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।