ଖଣି କର୍ମଚାରୀଙ୍କୁ ଆକ୍ରମଣ
ତାଳଚେର : ତାଳଚେର ବ୍ଲକ ହିଙ୍ଗୁଳା ଥାନା ଅନ୍ତର୍ଗତ ନାତିଡ଼ି ଗ୍ରାମର ମୀନକେତନ ଗଡ଼ନାୟକ ହିଙ୍ଗୁଳା ଖଣିରେ ନିଜର ଡୁ୍ୟଟି ସାରି ଘରକୁ ଫେରୁଥିବାବେଳେ ଏକ ନିକାଞ୍ଚନ ଜଙ୍ଗଲିଆ ରାସ୍ତାରେ ଜଣେ ଦୁର୍ବୃତ୍ତ ତାଙ୍କୁ କଟୁରୀରେ ଆକ୍ରମଣ କରିଥିଲେ । ପରେ ଆତ୍ମରକ୍ଷା କରିବା ନିମନ୍ତେ କଳେବଳେ କୌଶଳେ ଶ୍ରୀ ଗଡ଼ନାୟକ ସେଠାରୁ ଦୌଡ଼ି ପଳାଇ ଯାଇଥିଲେ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସ୍ଥାନୀୟ ଚିକିତ୍ସାଳକୁ ନିଆଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା ବୋଲି ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡ଼ିଛି । ସେହି ଗ୍ରାମର ଦିନବନ୍ଧୁ ନାଏକ କୌଣସି ଘଟଣାକୁ ନେଇ ସନେ୍ଦହ କରି ଏପରି କାଣ୍ଡ ଭିଆଇଛନ୍ତି ବୋଲି ମୀନକେତନ ଅଭିଯୋଗ କରିଛନ୍ତି । ତେବେ ବର୍ତ୍ତମାନ ଅବସ୍ଥା ସ୍ଥିର ରହିଥିବା କୁହାଯାଉଛି ।