ଦୁର୍ଘଟଣାରେ ଜଣେ ମୃତ,୫ ଗୁରୁତର
ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅରେଡା ଗ୍ରାମ ପଞ୍ଚାୟତ ଅମଲାପାଲି ଟ୍ରନିଂ ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକଙ୍କ ମୃତୁ୍ୟ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପ୍ରକାଶ ଯେ, ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗୋହିରାପଦର ଗ୍ରାମର ଯୁଗସାଏ ଭୋଇ(୫୦) ଓ ତାଙ୍କ ସହିତ ଆହୁରି ଦୁଇଜଣ ଗୋଟିଏ ବାଇକ୍ରେ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଆସିଥିଲେ । ଚିକିସôା ସାରି ଘରକୁ ଫେରୁଥିବା ସମୟରେ ଅରେଡା ଗ୍ରାମ ପଞ୍ଚାୟତ ଅମଲାପାଲି ଟ୍ରନିଂ ପାଖରେ କଣ୍ଟାବାଞ୍ଜି ପଟୁ ଆସୁଥିବା ଏକ ବାଇକ୍ ସହିତ ଧକ୍କା ହୋଇଥିଲା । ଫଳରେ ଦୁଇ ମୋଟର ସାଇକେଲରେ ବସିଥିବା ପାଞ୍ଚ ଜଣ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିସôାଧିନ ଅବସ୍ଥାରେ ବଙ୍ଗୋମୁଣ୍ଡା ଥାନା ଗୋବିରାପଦର ଗ୍ରାମର ଯୋଗସାଏ ଭୋଇ (୫୦)ଙ୍କ ମୃତୁ୍ୟ ଘଟିଥିବାେବେଳେ ଅନ୍ୟ ଗୁରୁତର ୪ ଜଣଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଛି । ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଖଡ଼ିଆଳ ଆଇଆଇସି ଦିଲ୍ଳୀପ କୁମାର ସାହୁ ପ୍ରକାଶ କରିଛନ୍ତି ।