ମହିଳା ହୋମ୍‌ଗାର୍ଡଙ୍କୁ ଧକ୍କା ଦେଲା ଟ୍ରକ୍‌

 କଟକ ଛତ୍ରବଜାରରେ ଜଣେ ମହିଳା ହୋମ୍‌ଗାର୍ଡଙ୍କୁ ଏକ ଟ୍ରକ୍‌ ଧକ୍କା ଦେବାରୁ ଗୁରୁବାର ତାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ହୋମ୍‌ଗାର୍ଡ ଜଣଙ୍କ ହେଲେ ମନୋରମା ପଣ୍ଡା। ଡ୍ୟୁଟି ସାରି ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ତାଙ୍କୁ ଟ୍ରକ୍‌ ପଛପଟରୁ ଧକ୍କା ଦେଇଥିଲା। ଧକ୍କା ଦେଇଥିବା ଟ୍ରକ୍‌କୁ ପୋଲିସ ଜବତ କରିଥିବା ଏବଂ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ମାଲଗୋଦାମ ଥାନା ଆଇଆଇସି ରଜନୀକାନ୍ତ ଦାଶଙ୍କ ସୂଚନା ଦେଇଛନ୍ତି।