ଗଛ ପଡ଼ି ଯୁବକ ମୃତ

 କେନ୍ଦୁଝର : ବିବାହ ଉସôବରେ ବରଯାତ୍ରୀ ହୋଇ ଯାଉଥିବା ବେଳେ ଅଘଟଣ ଘଟି ଜଣେ ଯୁବକଙ୍କ ଜୀବନ ଯାଇଛି  । ମୃତ ଯୁବକ ହେଲେ ତେଲକୋଇ ଥାନା କତରା ପାଲି ଗ୍ରାମର ସ୍ୱର୍ଗତ ରଘୁନାଥ ବିଶ୍ୱାଳଙ୍କ କନିଷ୍ଠ ପୁତ୍ର ପ୍ରଶାନ୍ତ ବିଶ୍ୱାଳ ଓରଫ ଲିଟୁ (୩୫)  । ସୂଚନା ଅନୁଯାୟୀ, କତରା ପାଲି ଗ୍ରାମର ଇନ୍ଦ୍ର ବିଶ୍ୱାଳଙ୍କ କନିଷ୍ଠ ପୁତ୍ରଙ୍କ ନିକଟସ୍ଥ ସରେଇ ଗ୍ରାମରେ ବିବାହ ହେଉଥିବା ବେଳେ ଆଜି ମଧ୍ୟାହ୍ନରେ ବର ପକ୍ଷରୁ ସରେଇ ଗ୍ରାମକୁ ବରଯାତ୍ରୀ ଯାଉଥିଲେ  । କରଦାଙ୍ଗୀ ଗ୍ରାମ ମୁଣ୍ଡ ମଙ୍ଗଳା ମନ୍ଦିର ନିକଟରେ ରାସ୍ତା କାନ୍ଥରେ ଏକ ଆମ୍ବ ଗଛ ଥିବାରୁ ବରଯାତ୍ରୀଙ୍କ ଡି.ଜେ ଗାଡ଼ି ରାସ୍ତା ପାର ହୋଇ ପାରି ନଥିଲା । ବରଯାତ୍ରୀ ମାନେ ରାସ୍ତା ଉପରକୁ ଆସିଥିବା ଆମ୍ବ ଗଛର ବାହୁକୁ ରାସ୍ତା ଉପରୁ ହଟାଇବା ଚେଷ୍ଟା କରିଥିଲେ  । କୁରାଢିରେ ଗଛ ଡାଳକୁ ହାଣିବା ପାଇଁ ଅନ୍ୟଜଣେ କୁରାଢି ପାଇଁ ଯାଇଥିବା ବେଳେ ସମ୍ପୂର୍ଣ୍ଣ ଆମ୍ବ ଗଛଟି ରାସ୍ତା ଉପରକୁ ଖସି ପଡ଼ିଥିଲା । ଗଛ  ଲିଟୁଙ୍କ ଉପରେ ଚାପି ହୋଇ ଯାଇଯାଇଥିଲା  । ସ୍ଥାନୀୟ ଲୋକେ ତଥା ନିକଟରେ ଥିବା ଅନ୍ୟ ବରଯାତ୍ରୀ ତାଙ୍କୁ ଉଦ୍ଧାର କଲା ବେଳକୁ ଘଟଣା ସ୍ଥଳରେ ହିଁ ଲିଟୁର ମୃତୁ୍ୟ ହୋଇଥିବା ଜଣାପଡ଼ିଥିଲା  । ଏହି ଘଟଣା ପରେ କତରା ପାଲି ତଥା ସମଗ୍ର ତେଲକୋଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି  ।