ସାପ କାମୁଡାରେ ଛାତ୍ରୀ ମୃତ
କୁଜଙ୍ଗ : ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ଅଗପାଳ ପଞ୍ଚାୟତ ତଥା ଗ୍ରାମର ନୃସିଂହ ସାହୁ ଓ ଆରତୀ ସାହୁଙ୍କ ଏକମାତ୍ର କନ୍ୟା ଶ୍ରୁତି ସାହୁ (୧୭)ଙ୍କ ସାପ କାମୁଡାରେ ମୃତୁ୍ୟ ଘଟିଛି । କୌଣସି କାରଣରୁ ଘର ପଛ ଆଡେ ଯାଇଥିବା ସମୟରେ ଏକ ଗୋଖର ସାପ ପଛପଟୁ ଗୋଡକୁ ଆଘାତ କରିଥିଲା ଘରଲୋକେ ସୃତିକୁ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ତୁରନ୍ତ ନେଇଥିଲେ । ମଣିଜଙ୍ଗାରେ ଚିକିସôା ସୁବିଧା ନଥିବାରୁ ସେଠାକାର ଡକ୍ଟର ଜଗତସିଂହପୁର ମେଡିକାଲକୁ ସ୍ଥାନାନ୍ତର କରିଦେଇଥିଲେ ମାତ୍ର ପହଂଚିବା ୨ଘଣ୍ଟା ମଧ୍ୟରେ ସୃତିର ଦେହାନ୍ତ ହୋଇ ଯାଇଥିଲା । ଖବରରୁ ପ୍ରକାଶ ଯେ ସୃତି ସାହୁ କମଳା ଦେବି ମହିଳା ମହାବିଦ୍ୟାଳୟରେ +୨ ରେ ଅଧ୍ୟୟନ କରୁଥିଲେ । ମୃତୁ୍ୟ ଖବର ଶୁଣି କଲେଜର ସାଙ୍ଗସାଥି ଓ ଅଧ୍ୟାପକ ଅଧ୍ୟାପିକାଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି । ସୃତିର ମୃତୁ୍ୟରେ ଗ୍ରାମବାସୀଙ୍କ ମଧ୍ୟରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଛି ।