ସଡ଼କ ଦୁର୍ଘଟଣାରେ ୨ ଗାଈ ମୃତ, ବାଛୁରୀ ଗୁରୁତର
ଗୋପ: ଗୋପ ବାୟାକୁଦା ଗାଁ ମୁଣ୍ଡରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଗୋମାତାଙ୍କ ମୃତୁ୍ୟ ହୋଇଥିବା ବେଳେ, ଗୋଟିଏ ବାଛୁରି ଗୁରୁତର ହୋଇଛି । ପ୍ରଶାସନର ଅବହେଳା ଏବଂ ଗୋଚର ଜମି ଜବରଦଖଲ ଓ ସଡକ ସୁରକ୍ଷା ବ୍ୟବସ୍ଥାର ଅଭାବକୁ ସୂଚାଇଛି । ଚଳିତବର୍ଷ ରଥଯାତ୍ରା ସମୟରେ ପୁରୀ ସହରରୁ ଶତାଧିକ ଗୋମାତାଙ୍କୁ ଗୋପ ଓ ଏହାର ଆଖପାଖ ଅଞ୍ଚଳରେ ରାତିଅଧିଆ କୌଣସି ଲୋକ ଛାଡିଦେଇଯାଇଛନ୍ତି ଯାଉଛନ୍ତି । ଗୋଚର ଜମିକୁ କିଛି ବ୍ୟକ୍ତି ନିଜ ଆୟତ୍ତରେ ରଖିଛନ୍ତି । ଏଣୁ ଗୋଚର ଜମି ଜବରଦଖଲକାରୀଙ୍କ ଠୁ ମୁକ୍ତ କରି ପଞ୍ଚାୟତକୁ ହସ୍ତାନ୍ତର କରାଯାଉ । ଗୋପ ମୁଖ୍ୟାଳୟ ସଂଲଗ୍ନ ସମସ୍ତ ରାସ୍ତାରେ ସ୍ପିଡ୍ ବ୍ରେକର୍, ସାଙ୍କେତିକ ଚିହ୍ନ ଓ ଆଲୋକ ବ୍ୟବସ୍ଥା କରାଯାଉ , ଗୋବଂଶ ସଡକରେ ବିଚରଣ ରୋକିବା ପାଇଁ ବ୍ୟବସ୍ଥା କରାଯାଉ । ଦୁର୍ଘଟଣାର ତଦନ୍ତ ଓ ଦାୟୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଅଂଚଳବାସୀ ଦାବି କରିଛନ୍ତି । ଗୋପରେ ଏକ ବୃହତ ଗୋଶାଳା ନିର୍ମାଣ କରାଗଲେ ଅନେକ ନିରୀହ ବୁଲା ଗୋମାତାଙ୍କ ଜୀବନ ବଞ୍ଚିଯାନ୍ତା । ଏଥିପାଇଁ ଭାରତୀୟ ଜନତା ପାର୍ଟିର ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ପ୍ରଶାନ୍ତ ସ୍ୱାଇଁ ଜିଲ୍ଲାପାଳଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।