ଜନ୍ମ ମାଟିର ଗୁଣଗାନ କଲେ ମୁଖ୍ୟମନ୍ତ୍ରୀ
ଚମ୍ପୁଆ, : ଚମ୍ପୁଆ ଉପଖଣ୍ଡ ଝୁମ୍ପୁରା ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । କେନ୍ଦୁଝର ଗସ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଜ ଜନ୍ମ ମାଟିରେ ପାଦ ଦେବାସହିତ ଝୁମ୍ପୁରା ବ୍ଲକ ରାଇକଳା ଗ୍ରାମରେ ରୋଡ ସୋ କରିଛନ୍ତି । ଅସ୍ଥାୟୀ ହେଲିପ୍ୟାଡରେ ଝୁମ୍ପୁରା ପହଁଚିବା ପରେ ପ୍ରଥମେ ଦୁର୍ଗା ମନ୍ଦିର ଯାଇ ଆଶୀର୍ବାଦ ଭିକ୍ଷା କରିଥିଲେ । ପରେ ଶ୍ରୀ ମାଝୀଙ୍କୁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଘୋଷବାଦ୍ୟରେ ମୁଖ୍ୟ ରାସ୍ତାରୁ ସଭାସ୍ଥଳକୁ ପାଛଟି ନିଆଯାଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ଅଭିଭାଷଣ ଛଳରେ ଶ୍ରୀ ମାଝୀ ତାଙ୍କ ଜନ୍ମ ମାଟିର ଗୁଣ ଗାନ କରିବା ସହିତ ନିଜ ସୈଶବ, ଯୌବନ କିପରି ଝୁମ୍ପୁରା ଅଞ୍ଚ)ଳରେ କଟିଥିଲା ତାର ଇତିହାସକୁ ଅବଲୋକନ କରିଥିଲେ । ୧୯୯୩-୧୯୯୭ ପର୍ଯ୍ୟନ୍ତ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ ଭାବେ କାର୍ଯ୍ୟ କରିଥିବା ଶ୍ରୀ ମାଝୀ କେନ୍ଦୁଝର ଏକ ଲଢୁଆ ଜିଲ୍ଲା ଏମାଟି ପବିତ୍ର ମାଟି ଏହି ମାଟିରେ ଧରଣୀଧର ଭୁୟାଁଙ୍କ ଅନ୍ୟାୟ ଅନିତି ବିରୁଦ୍ଧରେ ଲଢେଇକୁ ଆଜିବି ମନେରଖିଛି । ରାଷ୍ଟି୍ରୟ ଚିନ୍ତାଧାରା ପ୍ରତ୍ୟେକ ନାଗରିକ ପାଖରେ ରହିବା ଉଚିତ ଅନ୍ୟାୟ ଅତ୍ୟାଚାର ଶିକାର ଓଡିଶା ବାସୀ ପରୀବର୍ତନ ଆଶା କରିଥିଲେ ଯାହାର ପ୍ରତିଫଳନରେ ଆଜି ଓଡିଶାରେ ୨୪ ବର୍ଷର ବିଜୁ ଜନତା ଦଳର ସରକାରକୁ ପତନ ଘଟାଇ ଭାରତୀୟ ଜନତା ପାଟିକୁ ରାଜ୍ୟ ଶାସନର ଭାର ଅର୍ପଣ କରିଥିବା କହିଥିଲେ । ଏପରିକି ଚାଷିଙ୍କ ଦଲାଲ ଠାରୁ ମୁକ୍ତ କରି ଧାନର ସହାୟକ ମୁଲ୍ୟ ୩୧ ଶହ ଟଙ୍କା କରାଯିବାର ପ୍ରତିଶୃତିକୁ ୧୦୦ ଦିନ ଭିତରେ ପାଳନ କରାଯିବ ବୋଲି କହିଥିଲେ । ମିଶନ ଶକ୍ତି ନାଁରେ ପୂର୍ବ ସରକାରର ବଡପଣ୍ଡା ମନେ ମହିଳା ମାନଙ୍କୁ ଭୁଆଁ ଭୁଲାଉଥିବା ବେଳେ ସୁଭଦ୍ରା ଯୋଜନାରେ ମହିଳା ମାନଙ୍କୁ ୫୦ ହଜାର ଟଙ୍କା ଦେବାର ପ୍ରତିଶୃତି ଖୁବ ଶିଘ୍ର ଭାରତୀୟ ଜନତାପାଟି ପୁରଣ କରିବ ବୋଲି ସୂଚନା ଦେଇଥିଲେ । ଶ୍ରୀ ମନ୍ଦିରର ଚାରି ଦୁଆର ଖୋଲିବା ପ୍ରତିଶୃତି ପୁରଣ କରାଯାଇଥିବା ବେଳେ ଓଡିଶାର ବିକାଶ ପାଇଁ ସମସ୍ତେ ରାମ ସେତୁ ନିର୍ମାଣର ବାନର ସେନା ହୁଅନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ଖଣିର ସମ୍ପଦ ଭରା କେନ୍ଦୁଝରର ବିକାଶ ପାଇଁ ଇଛା ଶକ୍ତିର ଅଭାବ ରହିଛି ବୋଲି କହିବା ସହିତ ଖଣିଜ ସମ୍ପଦ ବ୍ୟବହାର ଓ ଜିଲ୍ଲା ଖଣିଜ ପାଣ୍ଠିର ସୁବିନିଯୋଗରେ କେନ୍ଦୁଝର ଜିଲାର ବିକାଶ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ସାଧାରଣ ଲୋକଙ୍କ ସେବା ପାଇଁ ମୋତେ ଆଶିର୍ବାଦ ମିଳିଛି ତେଣୁ ଆଜି ମୁଁ ଜନ ସାଧାରଣ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ । ଜନସାଧାରଣ ମୋତେ ପ୍ରସ୍ତାବ ଓ ସମସ୍ୟା ବିଷୟରେ ଅବଗତ କଲେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ମାଁ ଦୃଗତି ନାଶିନି ଯୁବ ସଂଘ ଝୁମ୍ପୁରା ଦ୍ୱାରା ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ବିଭିନ୍ନ ସଂଗଠନ ସ୍ଥାନୀୟ ବୁଦ୍ଧିଜୀବିଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରଙ୍କୁ ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ପରିଚାଳନା କରିଥିବା ବେଳେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଫକୀରମୋହନ ନାଏକ, ଜିଲା ସଂପାଦକ ଅନୁବ୍ରତ ବେହେରା, ମାଁ ଦୃଗତି ନାଶିନି ଯୁବ ସଂଘ ସଭାପତି ଶଶିଭୁଷଣ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।