ଦୁର୍ଘଟଣାରେ ବାଇକ୍ ଆରୋହୀ ଗୁରୁତର

 ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ୩୫୩ ଜାତୀୟ ରାଜପଥ ଜଗଦମ୍ବା ଶୋ’ ରୁମ ପାଖରେ ଠିଆ ହୋଇଥିବା ଟ୍ରକରେ ଜଣେ ବାଇକ୍ ଆରୋହୀ ଧକ୍କା ହୋଇ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛନ୍ତି । ଦୁର୍ଘଟଣାରେ ଗୁରୁତର ହୋଇଥିବା ବାଇକ୍ ଆରୋହୀ ଫକୀର ବଗର୍ତ୍ତି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ରାଣୀପୁର ଝରିଆଲ ବକାଗୁରା ଗ୍ରାମର ବୋଲି ଜଣାପଡିଛି ।