୮୪୪ କେଜି ଗଞ୍ଜେଇ ଜବତ

 ମାଲକାନଗିରି : ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୮୪୪ କେଜି ଗଞ୍ଜେଇ ଜବତ  କରାଯାଇଛି । ଯାହାର ଆନୁମାନିକ ୮୪ ଲକ୍ଷ ୪୦ ହଜାର ଟଙ୍କା ହେବ ।  ସୂଚନା ଅନୁଯାୟୀ, ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କ ନିଦେ୍ର୍ଦଶକ୍ରମେ ମାଲକାନଗିରି ଅବକାରୀ ବିଭାଗ ପକ୍ଷରୁ ଯୋଡ଼ାଆମ୍ବ ଥାନା ଅନ୍ତର୍ଗତ ସାଦରାମ ଓ କୋଡିଗନ୍ଦୀ ଜଙ୍ଗଲରୁ ୮୪୪ କେଜି ଗଞ୍ଜେଇକୁ  ଜବତ କରାଯାଇଛି । ତେବେ ଉକ୍ତ ଗଞ୍ଜେଇକୁ ବାହାର ରାଜ୍ୟକୁ ଚାଲାଣ ପାଇଁ ଜଙ୍ଗଲ ଭିତରେ ଲୁଚାଯାଇଥିଲା । ଏ ସଂକ୍ରାନ୍ତରେ ଏକ ଦାବିହୀନ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଏହି ଚଢ଼ାଉ ସମୟରେ ଅବକାରୀ ଉପଅଧିକ୍ଷକ ଟଙ୍କଧର ଭୋଇ, ଅବକାରୀ ନିରୀକ୍ଷକ ସନ୍ତୋଷ କୁମାର ବଳ, ଅବକାରୀ ଉପନିରୀକ୍ଷକ ଅଶେଷ କୁମାର ନାୟକଙ୍କ ସହ ରମେଶ ଚନ୍ଦ୍ର ସାହୁକାର, ଜେମେସ ମାଲଖମ୍ ସାହୁ, ରାମଚନ୍ଦ୍ର ହନ୍ତାଲ, କନେଷ୍ଟବଳ ବିପୁଲ ଶେଖର ଯୋଦ୍ଧର, ଜ୍ଞାନ ରଞ୍ଜନ ସାହୁ, ଚନ୍ଦ୍ର କାନ୍ତ ନାୟକ, ସରିତା ନାୟକ, ଜୁଲି ସା ପ୍ରମୁଖ ଉପସ୍ଥିତ ଥିଲେ ।