ଦୁର୍ଘଟଣାରେ ୪ ଆହତ
ପାଣିକୋଇଲି : ଏହି ଥାନା ୧୬ନଂ ଜାତୀୟ ରାଜପଥର ଶର୍ମା ପେଟ୍ରୋଲ ପମ୍ପ ନିକଟରେ ପୃଥକ ଦୁର୍ଘଟଣାରେ ୪ଜଣ ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ବାଇକ ପଛରେ କାର ଧକ୍କା ଦେବାରୁ ଆରୋହୀ ଓ ସହଯାତ୍ରୀ ଆହତ ହୋଇଥିଲେ । ଆହତ ଭଦ୍ରକ ଜିଲ୍ଲା ଧାମନଗର ଯାଗୁଳା ଗ୍ରାମର ପ୍ରତାପ ଜେନା ଓ ବଳଭଦ୍ର ପ୍ରସାଦର ବାବୁଲି ଜେନା ହୋଇଥିବା ବେଳେ ମଙ୍ଗୁଳିରୁ ଏକ ବାଇକ ଯୋଗେ ଫେରୁଥିବା ବେଳେ ମାରୁତି ସୁଜକି କାର ପଛରେ ଦ୍ରୁତଗତିରେ ଧକ୍କ୍ା ଦେଇଥିଲା । ସେହିପରି ଆଇଚର ସହ ବାଇକ ଧକ୍କା ଦେବାରୁ ଆରୋହୀ ଓ ସହଯାତ୍ରୀ ଆହତ ହୋଇଥିଲେ ।