ପ୍ରେମ ବିବାହର କରୁଣ ପରିଣତି  , ଭଡାଘରୁ ପତ୍ନୀଙ୍କ ଗଳିତ ଶବ ଉଦ୍ଧାର 

ାା ପ୍ରଭାନୁ୍ୟଜ ।ା ରସୁଲପୁର-କୁଆଖିଆ: କୁଆଖିଆଥାନା ଅଞ୍ଚଳର ଏକ ଭଡା ଘରୁ ଜଣେ ମହିଳାଙ୍କ ଗଳିତ ମୃତଦେହକୁ କୁଆଖିଆ ପୁଲିସ୍ ଦ୍ୱାରା ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ ଏହି ଥାନା ଅନ୍ତର୍ଗତ ଭୋଟକା ଗ୍ରାମର ବିଷ୍ଣୁଚରଣ ବେହେରାଙ୍କ ପୁଅ ସତ୍ୟରଞ୍ଜନ ବେହେରା (ରାଜା) ସେହି ଗ୍ରାମର କୈଳାସ ରାଉତଙ୍କ ଝିଅ ଦୀପାଞ୍ଜଳି (୨୧)କୁ ଆଜିକୁ ୩ ବର୍ଷ ତଳେ ପ୍ରେମ ଜାଲରେ ଫସାଇ ନେଇ ବିବାହ କରିଥିଲେ । ଉକ୍ତ ବିବାହକୁ ଝିଅର ପରିବାର ଲୋକେ ସିକୃତି ଦେଇ ନଥିବା ବେଳେ ସତ୍ୟ ଏବଂ ଦୀପାଞ୍ଜଳି ସ୍ୱାମୀ ସ୍ତ୍ରୀ ଭାବରେ କୁଆଖିଆ ବଜାରରେ ଥିବା ବାପି ସାହୁଙ୍କ ଘରେ ଭଡା ନେଇ ରହି ଆସୁଥିଲେ । ସତ୍ୟ ଏକ ବେ-ରୋଜଗାରୀ ଯୁବକ ଥିବା ବେଳେ ପରିବାର ଚଳେଇବା ପାଇଁ ସ୍ତ୍ରୀ ଦୀପାଞ୍ଜଳିକୁ ତାଙ୍କ ବାପ ଘରୁ ଟଙ୍କା ପଇସା ଆଣିବାକୁ ଚାପ ସୃଷ୍ଟି କରୁଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଳି ଝଗଡା ମଧ୍ୟ ହେଉଥିଲା । ଅନେକ ସମୟରେ ସତ୍ୟରଞ୍ଜନ ଦୀପାଞ୍ଜଳିକୁ ଶାରୀରିକ, ମାନସିକ ନିର୍ଯାତନା ଦେଇ ଆସୁଥିଲା । ଯାହାକୁ ନେଇ ଏକାଧିକବାର ଦୀପାଞ୍ଜଳି ସ୍ୱାମୀ ସତ୍ୟରଞ୍ଜନ ବିରୁଦ୍ଧରେ କୁଆଖିଆ ଥାନାରେ ଅଭିଯୋଗ କରୁଥିଲା ଏବଂ ପରବର୍ତ୍ତୀ ସମୟରେ ମାମଲାର ଆପୋଷ ସମାଧାନ ହୋଇ ଏକାଠି ରହି ଆସୁଥିଲେ । ଅନ୍ୟପଟରେ ଦୀପାଞ୍ଜଳିଙ୍କ ପରିବାର ଲୋକେ ଏହି ବିବାହରେ ସୀକୃତି ନଥିବାରୁ ଝିଅ ଉପରେ ଅଭିମାନ ରଖି କୌଣସି ଆର୍ଥôକ ସହଯୋଗ ଦେଉନଥିଲେ । ଗତକାଲି ସନ୍ଧ୍ୟାରେ ଦୀପାଞ୍ଜଳିର ପରିବାର ଲୋକେ ଦୀପାଞ୍ଜଳିକୁ କୌଣସି କାରଣରୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା । ଏହା ପରେ ସ୍ୱାମୀ ସତ୍ୟରଞ୍ଜନଙ୍କୁ ଫୋନ କରିଥିଲେ ମଧ୍ୟ କୌଣସି ସନ୍ତୋଷ ଜନକ ଉତ୍ତର ନମିଳିବାରୁ ଝିଅର ଭାଇ କୁଆଖିଆ ସ୍ଥିତ ଭଡାଘରକୁ ଆସି ଭୋଉଣୀ ଦୀପାଞ୍ଜଳିର ମୃତଦେହ ପଡିରହିଥିବା ଦେଖିବାକୁ ପାଇ ପରିବାର ଲୋକଙ୍କୁ ଖବର ଦେଇଥିଲେ । ସେମାନେ ଆସି ଘର ଭିତରେ ଦୀପାଞ୍ଜଳିର ରକ୍ତ ଜୁଡୁବୁଡୁ ଶରୀର ଏବଂ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବା ଜାଣିବାକୁ ପାଇ କୁଆଖିଆ ପୁଲିସ୍କୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ବିଳମ୍ବରେ ପହଞ୍ଚି ଘଟଣାରେ ସମ୍ପୃକ୍ତ ସ୍ୱାମୀ ସତ୍ୟରଞ୍ଜନକୁ ନିଜ ହେପାଜତ୍କୁ ନେବାବେଳେ ଉତ୍ତ୍ୟକ୍ତ ଗ୍ରାମବାସୀ ମାନେ ସତ୍ୟରଞ୍ଜନକୁ ମାଡ ମାରିବା ସହିତ ପୁଲିସ୍ଙ୍କ ସହିତ ଧସ୍ତାଧସ୍ତି ହୋଇଥିଲା । ଆଜି ସକାଳେ ରସୁଲପୁର ତହସିଲଦାର ନିରଞ୍ଜନ ସାହୁ, କୁଆଖିଆ ଥାନା ଅଧିକାରୀ ଅନିରୁଦ୍ଧ ନାୟକ, ଏସ୍ଆଇ ହେମଲତା ଦାଶ, ଏସ୍ଆଇ ଦୁଷ୍ମନ୍ତ କୁମାର ଦାଶ ଏବଂ ସାଇଣ୍ଟିଫିକ୍ ଟିମ୍ ସେଠାରେ ପହଞ୍ଚି ମୃତ ଦୀପାଞ୍ଜଳିର ଶବକୁ ଜବତ୍ କରିବା ସହ ପୋଷ୍ଟମଟମ୍ ନିମନ୍ତେ ପଠାଇ ଥାନାରେ ଅଟକ ଥିବା ସ୍ୱାମୀ ସତ୍ୟରଞ୍ଜନ ବିରୁଦ୍ଧରେ କେସ୍ ନଂ-୪୧୨/୨୪ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ତେବେ ସତ୍ୟରଞ୍ଜନ ଦୀପାଞ୍ଜଳିକୁ ଏକ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରିଛି ବୋଲି ଝିଅର ବାପା କୁଆଖିଆ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଅଭିଯୁକ୍ତ ସତ୍ୟରଞ୍ଜନ ଏକ ଧାରୁଆ ଆଡିପାତ ସାହାଯ୍ୟରେ ଦୀପାଞ୍ଜଳି ମୃତ ଦେହକୁ ଖଣ୍ଡଖଣ୍ଡ କରି କାଟି ଗାଏବ୍ କରିବା ପାଇଁ ଯୋଜନା କରିଥିବା ନେଇ ପରିବାର ଲୋକଙ୍କ ଠାରୁ ଶୁଣାଯାଏ ।