ଖାଲକୁ ପିକଅପ ଖସି ୮ ମୃତ

ନୂଆଦିଲ୍ଲୀ :ଉତ୍ତରପ୍ରଦେଶର ନୈନିତାଲରେ ଦୁର୍ଘଟଣା ଘଟି ୮ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଏଠାରେ ଏକ ପିକ୍ଅପ ଭ୍ୟାନ ଖାଲକୁ ଓଲଟି ପଡିବାରୁ ସାତ ଜଣ ନେପାଳୀ ଶ୍ରମିକ ସମେତ ୮ ଜଣଙ୍କର ମୃତ୍ୟୁ ଘଟିଛି । ଏହି ମର୍ମନ୍ତୁଦ ଦୁର୍ଘଟଣା ସୋମବାର ବିଳମ୍ବିତ ରାତିରେ ଘଟିଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୁଲିସ ଏବଂ ପ୍ରଶାସନିକ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅନ୍ଧକାର ହେତୁ ଉଦ୍ଧାର କାର୍ଯ୍ୟରେ ବହୁ ଅସୁବିଧା ହୋଇଥିଲା, କିନ୍ତୁ ବହୁ ପରିଶ୍ରମ ପରେ ସମସ୍ତ ମୃତଦେହକୁ ଖାଇରୁ ବାହାର କରାଯାଇଥିଲା । ଏହି ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଛନ୍ତି । ପୁଲିସ ସୂଚନାନୁସାରେ, ଡ୍ରାଇଭରଙ୍କ ସହ ନଅ ଜଣ ଶ୍ରମିକ ରାତି ପ୍ରାୟ ୧୦.୩୦ ମିନିଟ ସମୟରେ ପିକଅପ୍ ଗାଡିରେ ରାମନଗର ଅଭିମୁଖେ ଯାତ୍ରା କରିଥିଲେ । ହଠାତ ଗାଡିଟି ନିୟନ୍ତ୍ରଣ ହରାଇଥିଲା । ରାସ୍ତା ସଂକୀର୍ଣ୍ଣ ଥିବାରୁ ଗାଡିଟି ପ୍ରାୟ ଦୁଇଶହ ମିଟର ତଳ ଏକ ଖାଲରେ ପଡ଼ିଯାଇଥିଲା । ଗାଡିଟି ଖସିଯିବାର ଶବ୍ଦ ଶୁଣି ନିକଟସ୍ଥ ଲୋକମାନେ ଘଟଣାସ୍ଥଳକୁ ଦୌଡିଥିଲେ । ପୁଲିସ ଏବଂ ପ୍ରଶାସନକୁ ମଧ୍ୟ ସୂଚନା ଦିଆଯାଇଥିଲା । ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଦୁର୍ଘଟଣାରେ ଡ୍ରାଇଭର ଏବଂ ନେପାଳର ୭ ଜଣ ଶ୍ରମିକ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି । ଅନ୍ୟ ଦୁଇ ଗୁରୁତର ଆହତ ଶ୍ରମିକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।