ଦୁର୍ଘଟଣାରେ ଦୁଇ ମୃତ

ଦୁର୍ଘଟଣାରେ ଦୁଇ ମୃତ


ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ ଆଖୁଆପଦା ନିକଟ ପାଣିକୋଇଲି ପଥରପଦା ଠାରେ ସଡକ ଦୁର୍ଘଟଣା ଘଟିବାରୁ ଦୁଇ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ପ୍ରାପ୍ତ ସୂଚନା ମୁତାବକ ନେରଡା ପଞ୍ଚାୟତ ପୁରିପଡା ଗ୍ରାମର ସତ୍ୟରଞ୍ଜନ ମିଶ୍ରଙ୍କ ବଡ଼ ପୁଅ ବାବୁ ୨୨ ବର୍ଷ ତରଣୀ ମଲ୍ଲିକଙ୍କ ସାନ ପୁଅ ଗଦାଧର ୨୬ ବର୍ଷ , ମୋଟର ସାଇକେଲରେ ପାଣିକୋଇଲି ପଟୁ ଘରକୁ ଫେରୁଥିଲେ । ରାତି ପ୍ରାୟ ୧୦ଟା ବେଳେ କୌଣସି ଅଜଣା ଗାଡ଼ି ମୋଟର ସାଇକେଲକୁ ଧକ୍କା ଦେଇଥିଲା । ଫଳରେ ଦୁଇ ଯୁବକ ଗୁରୁତର ହୋଇଥିବା ବେଳେ ତାଙ୍କୁ ସଂଗେସଂଗେ ଯାଜପୁର ମେଡିକାଲ ନିଆଯାଇଥିଲା । ଡାକ୍ତର ସେଠାରେ ଦୁଇ ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପ୍ର·ରିତ ହେବା ପରେ ଗାଁ ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।