‘ଦିଶା’ ବୈଠକ : ସହରର ସର୍ବାଙ୍ଗୀନ ଉନ୍ନତି ପାଇଁ ଆଲୋଚନା

 ଭଦ୍ରକ : ସାଂସଦ ଅଭିମନୁ୍ୟ ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ’ଦିଶା’ ବୈଠକ ଜିଲ୍ଲା ପରିଷଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟପାର, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତିନିଧି ଅଶୋକ ପୁହାଣ, ଭଣ୍ଡାରିପୋଖରୀ ବିଧାୟକ ସଂଜୀବ କୁମାର ମଲ୍ଲିକ, ଭଦ୍ରକ ବିଧାୟକ ସୀତାଂଶୁ ସେଖର ମହାପାତ୍ର, ବାସୁଦେବପୁର ବିଧାୟକ  ଅଶୋକ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ, ଜିଲ୍ଲାପାଳ ଦିଲିପ ରାଉତ ରାଏ, ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଅତିରିକ୍ତ ଆରକ୍ଷୀ ଅଧ୍ୟୀକ୍ଷକ ଅରୁପ ଅଭିଷେକ ବେହେରା, ଉପନିଦେ୍ର୍ଦଶକ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଶାଖା, ଭଦ୍ରକ ପ୍ରହଲ୍ଲାଦ ରଣା ତଥା ସମସ୍ତ ନଗରାଞ୍ଚଳର ଅଧ୍ୟକ୍ଷା, ବ୍ଲକର ଅଧ୍ୟକ୍ଷ/ଅଧ୍ୟକ୍ଷା, ଜିଲ୍ଲା ପରିଷଦର ସଭ୍ୟ/ସଭ୍ୟା, ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ, ଧାମରା ବନ୍ଦର ପ୍ରକଳ୍ପ ଓ ବେଦାନ୍ତ ଫେକରର ପ୍ରତିନିଧିମାନେ ଉପସ୍ଥିତ ଥିଲେ  । ଏହାପରେ ବିଭିନ୍ନ ବିଭାଗର ଯୋଜନାଗୁଡିକ ଉପରେ ସମୀକ୍ଷା ହୋଇଥିଲା  । ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ), ମନରେଗା, ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଜାତୀୟ ଗ୍ରୀମୀଣ ପାନୀୟ ଜଳ ଯୋଜନା, ସମଗ୍ର ଶିକ୍ଷା, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା, ବେଟି ବଚାଓ ବେଟି ପଢାଓ ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା, ଜାତୀୟ ପ୍ରାଣୀଧନ ମିଶନ, ଜାତୀୟ ଗ୍ରାମୀଣ ଜିବୀକା ମିଶନ, ବେଦାନ୍ତ ଫେକର ଓ ଆଦାନୀ, ଧାମରା ବନ୍ଦର ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା ଓ ସମୀକ୍ଷା ହୋଇଥିଲା  । ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତୀ ପାଇଁ ସମସ୍ତ ବିଭାଗ ଏକ ମନ ଏକ ପ୍ରାଣ ନେଇ ତଥା ସହଯୋଗିତାରେ କାମକରିବାପାଇଁ ସାଂସଦ ତଥା ବିଧାୟକମାନେ ନିଦେ୍ର୍ଦଶ ଦେଇଥିଲେ ।