ମୋ ଖତ ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ
ାା ପ୍ରଭାନୁ୍ୟଜ୍ ।ା ଭଦ୍ରକ: ଭଦ୍ରକ ସହରର ୱାର୍ଡ଼ ନଂ ୧ ଚରମ୍ପା ଓ ୱାର୍ଡ଼ ନଂ ୨୩ ମିର୍ଜାପୁର କୁ ଗସ୍ତ କରି ଜିଲ୍ଲାପାଳ ସେଠାରେ ଥିବା ଏମସିସି(ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର) ବା ମୋ ଖତ ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ କରିଛନ୍ତି । ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ ସେଠାରେ ପହଞ୍ଚô ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀ ଦଲୱାଜି ହବିବ୍, ଭଦ୍ରକ ପୌରପାଳିକାର ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସମୀର ରଞ୍ଜନ ଦାସ ପ୍ରମୁଖଙ୍କ ଉପସ୍ଥିତିରେ ମୋ ଖତ ପ୍ରସ୍ତୁତି ପ୍ରକଳ୍ପର କାର୍ଯ୍ୟକାରୀତା, ଖତ ପ୍ରସ୍ତୁତିରେ ନିୟୋଜିତ କର୍ମ·ରୀ ଖତ ବିକ୍ରୟ ପରି·ଳନା ଆଦି ବ୍ୟବସ୍ଥା ସମ୍ବନ୍ଧରେ ଟିକିନିଖି ପ·ରି ବୁଝିଥିଲେ । ପୌରପାଳିକାର ସହକାରୀ ଯନ୍ତ୍ରୀ ଲାଲା ଦେବାଶିଷ ରାୟ ସମୁଦାୟ ପ୍ର୍ରକିୟା ଓ ପ୍ରକଳ୍ପର ଉତ୍ପାଦ ସମ୍ବନ୍ଧରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ସୂଚନା ଯୋଗ୍ୟକି ମୁ୍ୟନିସିପାଲିଟି ଦ୍ୱାରା ପ୍ରତିଦିନ ସଂଗ୍ରହ କରାଯାଉଥିବା ଓଦା ଓ ଶୁଖିଲା ଅଳିଆ ଆବର୍ଜନାକୁ କମ୍ପୋଷ୍ଟିଂ କରାଯାଇ ମୋ ଖତରେ ପରିଣତ କରାଯାଉଛି । ଏହି ଖତକୁ ଜୈବ ଖତ ରୂପେ ଉକ୍ତ କେନ୍ଦ୍ରରେ, ପୌରପାଳିକା କାର୍ଯ୍ୟାଳୟରେ ସ୍ୱତନ୍ତ୍ର କାଉଣ୍ଟର ଜରିଆରେ ବିକ୍ରୟ ବ୍ୟବସ୍ଥା କରାଯାଉଛି । ସେହିପରି ହରିପୁର ଗ୍ରାମ ପଞ୍ଚାୟତ ଠାରେ ପ୍ରତିଷ୍ଠା କରାଯାଇଥିବା ଶୈା·ଳୟ ଭଦ୍ରକ ପୌରପାଳିକାର ମଇଳାରୁ ଜୈବ ଖତ ପ୍ରସ୍ତୁତି ପ୍ରକଳ୍ପ ପରିଦର୍ଶନ କରି ଜିଲ୍ଲାପାଳ କେନ୍ଦ୍ରର କାର୍ଯ୍ୟକାରୀତା ପ୍ରକ୍ରିୟା ସମ୍ବନ୍ଧରେ ତନଖି କରିଥିଲେ ।