କଳାକାରଙ୍କୁ କ୍ଷତିପୂରଣ ପାଇଁ ନିଦେ୍ର୍ଦଶ  

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ଜଜ କୋର୍ଟର ମାନ୍ୟବର ବିଚାରପତି ବିଶ୍ୱଜିତ ମହାନ୍ତି ଦୁର୍ଘଟଣାରେ ଜଣେ ଯାତ୍ରା କଳାକାରଙ୍କର ଡାହାଣ ଗୋଡ ହରାଇ ଥିବାରୁ ତାଙ୍କୁ ୧୪ ଲକ୍ଷ ୬୦ ହଜାର ଟଙ୍କା କ୍ଷତି ପୁରଣ ଦେବାକୁ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ ସୂର୍ଯ୍ୟ ମନ୍ଦିର ଯାତ୍ରା ପାର୍ଟିର ମଞ୍ଚରେ ଅଭିନୟ କରି ଜନ ସାଧାରଣଙ୍କୁ ମନମୁଗ୍ଧ କରୁଥିବା କଳାକାର ପ୍ରଶାନ୍ତ କୁମାର ପଢିଆରୀ ୩୪ ବର୍ଷ ନିଜ ଘର ଚାନ୍ଦବାଲିର ବାଲିଗାଁ ଯାଉଥିବା ସମୟରେ କଟକ-ଚାନ୍ଦବାଲି ରାସ୍ତାର ଗୁଜରପୁର ଠାରେ ଏକ କାର ତାଙ୍କୁ ଧକ୍କା ଦେବାକୁ ତାଙ୍କ ଡାହାଣ ଗୋଡଟି ଅଚଳ ହେବାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଅସ୍ତ୍ରୋପଚାର ପରେ ଗୋଡ କଟା ଯାଇଥିଲା । ଫଳରେ ସାରା ଜୀବନ ସେ ଅଭିନୟ କରିବା ପରିବର୍ତ୍ତେ ଭିନ୍ନକ୍ଷମ ଅବସ୍ଥାରେ ଜୀବନ ବିତାଉଛନ୍ତି । ମାନ୍ୟବର ଜିଲ୍ଲା ଓ ଦୈାରାଜଜ ଶ୍ରୀ ମହାନ୍ତି ମାମଲାର ବିଚାର କରି ତାଙ୍କୁ ୧୪ ଲକ୍ଷ ୬୦ ହଜାର ଟଙ୍କା ପ୍ରଦାନ କରିବାକୁ ବୀମା କମ୍ପାନୀକୁ ନିଦେ୍ର୍ଦଶ ଦେଇଛନ୍ତି । ମାମଲାକୁ ଆଇନଜୀବି ମହମ୍ମଦ ନଇମ, ସୁରେନ୍ଦ୍ର ସାହୁ, ଦେବାଶିଷ ବେହେରା ଶଶି ଭୂଷଣ ପ୍ରଧାନ ପରିଚାଳନା କରିଥିଲେ ।