‘ଆମ ପୁଲିସ’ ସମିତି ଗଠିତ


ାା ପ୍ରଭାନୁ୍ୟଜ୍ ।ା କେନ୍ଦ୍ରାପଡା: କେନ୍ଦ୍ରାପଡା ସଦର ଥାନାର କାର୍ଯ୍ୟକୁ ଶୃଙ୍ଖଳିତ ଓ ଲୋକାଭିମୁଖୀ କରିବା ନିମନ୍ତେ ଜନ ସହଭାଗିତା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏଣୁ ପୁଲିସ ପକ୍ଷରୁ ସମସ୍ତ କାର୍ଯ୍ୟରେ ପଞ୍ଚାୟତର ପ୍ରତିନିଧି ମାନେ ସହାୟତା ପ୍ରଦାନ କରିବେ । ଏଥି ନିମନ୍ତେ ଥାନା ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ‘ଆମ ପୁଲିସ ସମିତି’ ଗଠିତ ହୋଇଛି । ବରିଷ୍ଠ ଶିକ୍ଷାବିତ୍ ପଣ୍ଡିତ ହୃଷିକେଶ ରଥଙ୍କୁ ସମିତିର ସଭାପତି, ଇଂ ଅକ୍ଷୟ କୁମାର ପାଣୀଙ୍କୁ କାର୍ଯ୍ୟକାରୀ ସଭାପତି, ଗୋଲଖ ଚନ୍ଦ୍ର ବେହେରାଙ୍କୁ ସଂପାଦକ, ଶ୍ରୀଧର କୁମାର ଭୋଳଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ସମିତିର ମୁଖ୍ୟ ଉପଦେଷ୍ଟା ଭାବେ ସଦର ଥାନା ଅଧିକାରୀ ଓ ଉପଦେଷ୍ଟା କମିଟି ସଦସ୍ୟ ଭାବେ ଡ଼ ସର୍ବେଶ୍ୱର ସେଣ,ପ୍ରମୋଦ କୁମାର ସାମଲ, ସୁରେନ୍ଦ୍ର କୁମାର ଜେନାଙ୍କୁ ମନୋନୀତ କରାଯାଇଛି ।