କଳିଙ୍ଗ ସୁପର କପ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଆଜି ବହୁ ପ୍ରତିକ୍ଷୀତ କଳିଙ୍ଗ ସୁପର କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି । ଏହି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆସନ୍ତା ମେ' ମାସ ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଆଜି ପ୍ରଥମ ଦିନରେ କେରଳ ବ୍ଲାଷ୍ଟରସ୍ ଏଫ୍ସି ଏବଂ ଇଷ୍ଟ ବେଙ୍ଗଲ ଏଫ୍ସି ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ଏବଂ କେରଳ ବ୍ଲାଷ୍ଟରସ୍ ଏଫ୍ସି ଆଜିର ଏହି ଓପନିଙ୍ଗ ମ୍ୟାଚ୍ରେ ବିଜୟୀ ହୋଇଥିଲେ ।
ପ୍ରଥମ ଦିନର ମ୍ୟାଚ୍ରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ଏକାମ୍ର ବିଧାୟକ ବାବୁ ସିଂ ଯୋଗଦେଇ କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ସେମାନଙ୍କର ଉସôାହ ବର୍ଦ୍ଧନ କରିଥିଲେ । ଏଥିସହ ଆଜି କଳିଙ୍ଗ ଷ୍ଟାଡିୟମରେ ଫୁଟବଲ୍ ପ୍ରଶଂସକମାନଙ୍କର ବେଶ ଭିଡ଼ ଦେଖିବାକୁ ମିଳିଥିଲା । ସମସ୍ତ ଦର୍ଶକମାନେ କ୍ରୀଡ଼ାବିତମାନଙ୍କର ଉସôାହ ବର୍ଦ୍ଧନ କରିବା ସହିତ ଆଜିର ଏହି ମ୍ୟାଚ୍କୁ ବେଶ୍ ଉପଭୋଗ କରିଥିଲେ ।