ଗଞ୍ଜେଇ ଜବତ, ୨ ଗିରଫ

ଆସିକା : ସୋରଡ଼ା, ଢଉଗାଁ ଛକରୁ ମୋଟର ସାଇକେଲ ଯୋଗେ ଦୁଇ ଜଣ ଯୁବକ ୯ କେଜି ଗଞ୍ଜେଇ  ନେଉଥିବା ବେଳେ ଅବକାରୀ ବିଭାଗ ହାତରେ ଧରାପଡିଛନ୍ତି । ସୋରଡ଼ା ଅବକାରୀ ଟିମ ବିଶେଷ ସୂତ୍ରରୁ ଖବର ପାଇ ଦୁଇ ଜଣ ଓଡି ୩୨କେ.୩୬୫୫ ନମ୍ବର ମୋଟର ସାଇକେଲ ଯୋଗେ ସୋରଡ଼ାରୁ ଆସିକା ଅଭିମୁଖେ ଆସୁଥିବା ବେଳେ ଢଉଗାଁ ଛକରେ ଗାଡିକୁ ପିଛାକରି ଅଟକାଇଥିଲେ  । ଏମାନଙ୍କ ନିକଟକୁ ୯ କେଜିର ଗଞ୍ଜେଇ ବସ୍ତା ଜବତ କରିଥିଲେ  । ଗଞ୍ଜେଇ ଚାଲାଣ କରୁଥିବା ଯୁବକ ଦୁଇ ଜଣ ହେଲେ ତାରସିଂ ଥାନା ଅଞ୍ଚଳର ଗାଡ଼ିଆପଦା ଅଞ୍ଚଳର ସାଗର ନାୟକ ଓ ଦାମୋଦର ନାୟକ  । ସୋରଡ଼ା ଅବକାରୀ ଅଧିକାରିଣୀ ଦେବସ୍ମିତା ନାୟକଙ୍କ ନେତୃତ୍ୱରେ ମିଥୁନ କୁମାର ବିଶ୍ୱାଳ, ଜୀବନ ଦାଶ, ସୁଜିତ ସାହୁ, ଜ୍ୟୋତି ରଞ୍ଜନ ସ୍ୱାଇଁ ସମୂହ ମିଶି ଏହି ଚୋରା ଗଞ୍ଜେଇକୁ ଧରିବାରେ ସକ୍ଷମ ହୋଇଥିଲେ  । ଉକ୍ତ ଦୁଇ ଜଣଙ୍କୁ ଗିରଫ କରିବା ସହ ଏକ ମୋଟର ସାଇକେଲ ଜବତ କରାଯାଇଛି  । ଆଜି ଆସିକା କୋର୍ଟରେ ହାଜର କରାଯାଇଛି  ।