ପରକୀୟା ପ୍ରୀତି ପାଇଁ ବଳି ପଡୁଛି ପରିବାର
କାକଟପୁର, : ପରକ୍ରିୟା ପ୍ରୀତର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅସ୍ତରଙ୍ଗ ବ୍ଲକ ଝାଡଲିଙ୍ଗ ଗ୍ରାମରେ । ଝାଡ଼ଲିଙ୍ଗ ଗ୍ରାମର ମନୋରଞ୍ଜନ ବେହେରାଙ୍କ ଝିଅ ଲଷ୍ମୀପ୍ରିୟା ଢେଙ୍କାନାଳ ନଢ଼ିଆଳି ଗ୍ରାମର ମଙ୍ଗରାଜ ମହାରଣାଙ୍କ ପୁତ୍ର ମହେନ୍ଦ୍ର ମହାରଣାଙ୍କୁ ୧୫ ବର୍ଷ ପୂର୍ବେ ପ୍ରେମ କରି ବିବାହ କରିଥିଲେ । ତାଙ୍କ ଦାମ୍ପତ୍ୟ ଜୀବନ ଅତି ଭଲରେ ·ଲୁଥିବା ବେଳେ ୨ ଜଣଙ୍କ ଔରସରୁ ୨ଟି ସନ୍ତାନ ମଧ୍ୟ ଜନ୍ମ ନେଇଛନ୍ତି । କିନ୍ତୁ ମହେନ୍ଦ୍ରଙ୍କ ସାନ ଭାଇର ସାଙ୍ଗ ବିକ୍ରାନ୍ତ ମହେନ୍ଦ୍ରଙ୍କ ପରିବାରକୁ ପ୍ରବେଶ କରିବା ପରେ ମହେନ୍ଦ୍ର ଓ ଲଷ୍ମୀପ୍ରିୟାଙ୍କ ପରିବାରରେ ମାଡି ଆସିଥିଲା କଳା ବାଦଲ । ମହେନ୍ଦ୍ର ଜଣେ ଟ୍ରକ ଡ୍ରାଇଭର ହୋଇଥିବାବେଳେ ସେ ସ୍ତ୍ରୀ ଲଷ୍ମୀପ୍ରିୟାଙ୍କୁ ସମୟ ଦେଇପାରୁନଥିଲେ । ଏହାର ସୁଯୋଗ ନେଇଥିଲେ ବିକ୍ରାନ୍ତ । ଲଷ୍ମୀପ୍ରିୟା ବିକ୍ରାନ୍ତଙ୍କ ସହିତ ସମ୍ପର୍କ ରଖି ବିଭିନ୍ନ ସ୍ଥାନକୁ ଗ୍ରସ୍ତ କାରି ଅନୈତିକ ସମ୍ପର୍କ ରଖିବାର ସୁରାକ ପାଇଥିଲେ ମହେନ୍ଦ୍ର । ଏମାନଙ୍କୁ ଧରିବା ପାଇଁ ମହେନ୍ଦ୍ର ସୁଯୋଗ ଖୋଜୁଥିଲାବେଳେ ଲଷ୍ମୀପ୍ରିୟା ବିକ୍ରାନ୍ତକୁ ଧରି ତାଙ୍କ ନିଜଗ୍ରାମ ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ ଝାଡ଼ଲିଙ୍ଗ ଗ୍ରାମରେ ପହଞ୍ଚିଥିଲେ । ଖବର ପାଇ ମହେନ୍ଦ୍ର ମଧ୍ୟ ଝାଡଲିଙ୍ଗ ଗ୍ରାମରେ ପହଞ୍ଚି ଲଷ୍ମୀପ୍ରିୟାର ପରକ୍ରିୟା ପ୍ରୀତିର ପର୍ଦ୍ଦାଫାଶ କରିବା ସହିତ ଗ୍ରାମବାସୀଙ୍କ ସହଯୋଗ ଲୋଡ଼ିଥିଲେ । ଅପର ପକ୍ଷରେ ଲଷ୍ମୀପ୍ରିୟା ମହେନ୍ଦ୍ରଙ୍କ ପରିବାରକୁ ଫେରିବାକୁ ରୋକଠୋକ ମନାକରିଥିବାବେଳେ ଘଟଣାର ଶାନ୍ତିପୂର୍ଣ ସମାଧାନ ପାଇଁ ନୂଆଗତ ସାମୁଦ୍ରିକ ଥାନା ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି ।