କଂଗ୍ରେସ କାର୍ଯ୍ୟାଳୟ ଉଦ୍ଘାଟିତ


ବନ୍ତ: ବନ୍ତ ବ୍ଲକ ଛୟାଳସିଂହ ପଞ୍ଚାୟତ ପକ୍ଷରୁ ଛୟାଳସିଂହ ବଜାର ପାଖରେ କଂଗ୍ରେସ କାର୍ଯ୍ୟାଳୟ ପଞ୍ଚାୟତ ସଭାପତି ପ୍ରଫୁଲ ରାଉତଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏଥିରେ ଅତିଥିଭାବେ ନବଜ୍ୟୋତି ପଟ୍ଟନାୟକ, ଜ୍ୟୋତି ପ୍ରକାଶ ନାୟକ, ପ୍ରେମାନନ୍ଦ ନାୟକ ପ୍ରମୁଖ ଯୋଗଦେଇ ବନ୍ତ ବ୍ଲକରେ ଲାଗିରହିଥିବା ମୈାଳିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ  ଭଣ୍ଡାରିପୋଖରୀ ନିର୍ବାଚନରେ ବିଧାୟକ ପ୍ରାର୍ଥ ଭାବେ ପ୍ରତିଦ୍ୱନ୍ଦିତା କରିଥିବା ଜାତୀୟ କଂଗ୍ରେସ ପ୍ରାଥୀ ନିରଂଜନ ପଟ୍ଟନାୟକଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ପାଇଁ କମୀମାନଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ଶୁଭ୍ରାଂଶୁ ରାଉତ, କୈଳାସ ରାଉତ, ଗୋଲକ ଘଡ଼ାଇ, ଶ୍ୟାମ ସୁନ୍ଦର ଜେନା, ଶିବଜେନା, ଜଗନ୍ନାଥ ପରିଡ଼ା, ବିଦ୍ୟାଧର ଜେନା, ଜଗନ୍ନାଥ ପରିଡ଼ା, ବୃନ୍ଦାବନ ଜେନା, ବିଷ୍ଣୁ ଘଡ଼ାଇ, କାଶିନାଥ ନାୟକ, ରବିନ୍ଦ୍ର ଜେନା, ବିଶ୍ୱନାଥ ଓଝା, ଶ୍ରୀକାନ୍ତ ଜେନା ଙ୍କ ସହ ସତାଧିକ କଂଗ୍ରେସ କର୍ମୀମାନେ ଯୋଗଦେଇଥିଲେ ।