ଦାଦାବଟି ଅଭିଯୋଗରେ ଯୁବକ ଗିରଫ

 ପୁରୀ :  ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଅଟକାଇ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଭୁଜାଲି ଦେଖାଇ ଛଇତନା ବାଜରରେ ଦାଦାବଟି ଆଦାୟ କରୁଥିବା ଅଭିଯୋଗରେ ରାମଚଣ୍ଡୀ ଥାନା ପୋଲିସ କବିରାଜପୁରଗ୍ରାମର ପବିତ୍ର ପୃଷ୍ଟି ଓରଫ ପବି (୩୭)କୁ ଗିରଫ କରିଛି । ତା’ଠାରୁ ପୋଲିସ ଗୋଟିଏ ଭୁଜାଲି ଓ ୨୩୦ଟଙ୍କା ଜବତ କରିଛି । ଏ ସଂକ୍ରାନ୍ତରେ ବିଏନ୍ଏସ୍ର ୨୯୬, ୩୦୮(୪), ୩୦୮(୫) ଧାରାରେ ୭୨/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଛି ।