ସ୍ୱାସ୍ଥ୍ୟକେନ୍ଦ୍ରରୁ ଚୋରି
ସାଲେପୁର : ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରୁ ୨ଦିନ ତଳେ କେହି ଦୁର୍ବୃତ୍ତ କମ୍ପ୍ୟୁଟର ଓ ବହୁ ଆବଶ୍ୟକୀୟ ସରଞ୍ଜାମ ଚୋରି କରି ନେଇଥିବାର ସାଲେପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ଗତ ୩ଦିନ ତଳେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଶିଶୁରୋଗ ବିଶେଷଜ୍ଞ ଡାକ୍ତରଙ୍କ ଚାମ୍ବର ଭିତରେ ଥିବା କମ୍ପ୍ୟୁଟର, ମନିଟର, ପ୍ରିଣ୍ଟର ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିବାର ଅଭିଯୋଗ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି । ଆଶ୍ଚର୍ଯ୍ୟର ବିଷୟ ତାଲା ଭଙ୍ଗାଯାଇନାହିଁ କି ଝରକା ଭଙ୍ଗାନଯାଇ ଏହିସବୁ ଚୋରି ହୋଇଥିବାବେଳେ ମେଡ଼ିକାଲ କର୍ମଚାରୀ ଏଥିରେ ସଂପୃକ୍ତ ଥାଇପାରନ୍ତି ବୋଲି ଏହା ଏକ ପ୍ରକାର ସ୍ପଷ୍ଟ ଅନୁମାନ କରାଯାଉଛି । କିଛି ଦିନ ତଳେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସ୍ଥାନରେ ଲାଗିଥିବା ପାଣି ଟ୍ୟାବ୍ ଚୋରି ହୋଇଥିବା ଜଣାଯାଇଛି । ମେଡ଼ିକାଲ କର୍ମଚାରୀ ଓ ଦାୟିତ୍ୱରେ ରହିଥିବା ସିକ୍ୟୁରିଟିମାନଙ୍କର ଖାମଖିଆଲି ଓ ଦାୟିତ୍ୱହୀନତା ଯୋଗୁଁ ଏହିଭଳି ଚୋରି ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବଢ଼ିବାରେ ଲାଗିଛି ।