କାଳୀପୂଜା ଭସାଣିର ମୁଖ୍ୟ ଆକର୍ଷଣ ଅଘୋରି ବାବା
ାା ପ୍ରଭାନୁ୍ୟଜ୍ାା ନୀଳଗିରି : ନୀଳଗିରି ଗୁଣ୍ଡିଚା ବଜାର କାଳୀପୂଜା ଭଷାଣୀର ମୁଖ୍ୟ ଆକର୍ଷଣ ସାଜିଥିଲା ଅଘୋରି ବାବା । ସୁଦୂର କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସି ଭସାଣୀ ଉସôବରେ ଅଘୋରୀ ନୃତ୍ୟ ଦେଖିବା ହିଁକୁ ପ୍ରବଳ ଜନସମାଗମ ହୋଇଥିଲା । ଏଥି ସହିତ ଚିତାକର୍ଶକ ଧାର୍ମିକ ଅଘୋରି ନୃତ୍ୟ ବେଶ ମନୋମୁଗ୍ଧ ହୋଇଥିବାର ଦେଖିବାକୁ ମିଳିଥିଲା । ସୂଚନା ମୁତାବକ ବାଲେଶ୍ୱର ଜିଲ୍ଲା ନୀଳଗିରି ଶ୍ରୀଗୁଣ୍ଡିଚା ବଜାର କମିଟି ପ୍ରାୟ ୬୦ ବର୍ଷରୁ ଅଧିକ ସମୟ ଧରି ଆଜି ପର୍ଯ୍ୟନ୍ତ ମାକାଳୀଙ୍କ ପୂଜା କରିଆସୁଛନ୍ତି । ଚଳିତ ବର୍ଷ କାଳୀମଣ୍ଡପ ମା’ଙ୍କ ପୂଜାର୍ଚ୍ଚନା କରାଯାଇଥିବା ବେଳେ ମନ୍ଦିର ସମ୍ମୁଖରେ ସୁସଜ୍ଜିତ ତୋରଣ ସାଙ୍ଗକୁ ବିଭିନ୍ନ ପ୍ରକାର ଆଲୋକମାଳାରେ ବେଶ ଧୁମଧାମରେ ମାଙ୍କ ପୂଜା ସମସ୍ତ ପ୍ରକାର ରିତିକାନ୍ତି ମଧ୍ୟରେ ଅନୁଷ୍ଟିତ ହୋଇଯାଇଛି । ଏଥିସହିତ ଭକ୍ତ ଓ ଶ୍ରଦ୍ଧାଳୁମାନେ ମାଙ୍କ ଦର୍ଶନ କରିବା ସହିତ କମିଟି ପକ୍ଷରୁ ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଜଙ୍ଗଲ ସଫାରୀ ବିଦୁ୍ୟତ ଚାଳିତ ବାଘ, ଭାଲୁ, ହାତୀ, ସିଂହ, ମୟୂର, ସାପ, କୁମ୍ବୀର ସହିତ ବିଭିନ୍ନ ପ୍ରକାର ଜୀବଜନ୍ତୁ ଓ ପଶୁପକ୍ଷୀ ଦର୍ଶନମାନଙ୍କୁ ବିଭୋର କରିଛି । ଏହା ସଙ୍ଗେ ପିଲାମାନଙ୍କ ମନୋରଞ୍ଜନ କରିବା ନିମନ୍ତେ ବିଦୁ୍ୟତଚାଳିତ ଜିପ ଚଳାଇବକ୍ଷ ଓ ରାସ୍ତାରେ ଡାଇନେଶର ବୁଲୁଥିବାର ଦେଖି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଛି । ଦୀର୍ଘ ୯ ଦିନ ଧରି ମାକାଳୀ ଭକ୍ତମାନଙ୍କୁ ଦର୍ଶନ ଦେବା ପରେ ମେଲାଣି ନେଇଛନ୍ତି ମା । ଏହି ୯ଦିନ ମଧ୍ୟରେ କମିଟି ପକ୍ଷରୁ କନିକା, ପ୍ରାସାଦ ଓ କ୍ଷୀରି ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ବଣ୍ଟନ କରଯାଇଥିଲା । ଶାନ୍ତି ଶୃଙ୍ଖଳାର ସହିତ ପୂଜା ଅନୁଷ୍ଟିତ ହୋଇଥିବା ବେଳେ ଭସାଣି ଯାତ୍ରାରେ ଦେଖିବାକୁ ମିଳିଥିଲା ପ୍ରସିଦ୍ଧ ଅଘୋରୀ ନୃତ୍ୟ । ସୁଦୂର କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଥିବା ଏହି ଆଘୋରୀ ନୃତ୍ୟକୁ ବେଶ ଉପଭୋଗ କରିବା ସଙ୍ଗେ ସଙ୍ଗେ ଦର୍ଶକଙ୍କ ମାନମୋହିଥିଲା । ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ ମାଙ୍କୁ ଦର୍ଶନ ଓ ଭସାଣୀରେ ଆଘୋରି ନୃତ୍ୟକୁ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା ।