ମହୁଲ ପୋଚ ଓ ଦେଶୀ ମଦ ଜବତ

ଆନନ୍ଦପୁର: ଅବକାରୀ ବିଭାଗ ଫ୍ଲାଇଁସ୍କ୍ୱାର୍ଡ ଏବଂ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ମିଳିତ ପ୍ରୟାସରେ ଆଜି ସୋସ ଥାନା ଅଧିନ ୩ ଗୋଟି ସ୍ଥାନରେ ଚଢ଼ାଉ କରାଯାଇ ୮୦୦ ଲିଟର ମହୁଲ ପୋଚ ଓ ୩୫୦ ଲିଟର ଦେଶୀ ମଦ ଜବଦ କରାଯାଇଛି । ସୂଚନା ଅନୁଯାୟୀ  ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱ ଏବଂ ସୋସ ଥାନା ଅଧିକାରୀ ବିଜୟ କୁମାର ବିହାରୀ ଏବଂ ଅବକାରୀ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଆଜି ଭୋରୁ ସୁନ୍ଦରାପାଳ, ସଙ୍ଗମ ଏବଂ ଅନ୍ଧାରୀ ଗ୍ରାମର ଘଞ୍ଚ ଜଙ୍ଗଲ ଭିତରେ ସୂଚନା ଥିବା ସ୍ଥାନ ମାନଙ୍କରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ୮୦୦୦ ଲିଟର ମହୁଲ ପୋଚ ଏବଂ ୩୫୦ ଲିଟର ଦେଶୀ ମହୁଲି ମଦକୁ ପୁଲିସ ଜବଦ କରିବାରେ ସଫଳ ହୋଇଥିବା ବେଳେ ଆଗୁଆ ସୂଚନା ପାଇ ଚୋରା ମହୁଲ ବ୍ୟବସୟୀ ଫେରାର ହୋଇଯାଇଥିଲେ । ପୁଲିସ ମାମଲା ରୁଜୁ କରି ଜବଦ ମହୁଲ ପୋଚ ଏବଂ ମହୁଲି ମଦକୁ ନଷ୍ଟ କରିଦେଇଛି ।