ଶୋଭାଯାତ୍ରାରେ ବାହାରିଲେ ସୁଜାତା
ଦଶରଥପୁର: ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ଯାଜପୁର ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥିନୀ ସୁଜାତା ସାହୁ ନାମାଙ୍କନପତ୍ର ଦାଖଲ କରିଛନ୍ତି । କାଳୀମେଘାରୁ ଶୋଭାଯାତ୍ରାରେ ଶ୍ରୀମତୀ ସାହୁ ଜିଲାପାଳଙ୍କ ଅଫିସ୍ ନିକଟରେ ପହଞ୍ଚିଥିଲେ । ଶୋଭାଯାତ୍ରା ପୂର୍ବରୁ କର୍ମୀମାନଙ୍କ ଉତ୍ସାହ ବଢ଼ାଇବା ପାଇଁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ କାଳୀମେଘାଠାରେ ପହଞ୍ଚି କର୍ମୀମାନଙ୍କୁ ଉତ୍ସାହ ସହ ପ୍ରେରଣା ଦେଇ ଆଗାମୀ ନିର୍ବାଚନରେ ବିଜେଡ଼ିର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ଆହ୍ୱାନ ଦେଇଥିଲେ । ଶ୍ରୀମତୀ ସାହୁଙ୍କ ଏହି ପ୍ରାର୍ଥୀପତ୍ର ଶୋଭାଯାତ୍ରାରେ ଜିଲ୍ଲା ବିଜେଡ଼ି ସଭାପତି ସରୋଜ କୁମାର ମହାପାତ୍ର, ବରିଷ୍ଠ ବିଜେଡ଼ି ନେତା କର୍ଣ୍ଣାଟ କେଶରୀ ଦାସ, ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ, ପୌରାଧ୍ୟକ୍ଷା ରଞ୍ଜୁଲତା ହୋତା, ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟ ପାର୍ଥସାରଥି ମହାପାତ୍ର, ଦଶରଥପୁର ବ୍ଲକ୍ ସଭାପତି ଦିଗାମ୍ବର ମଲ୍ଲିକ, ଦଶରଥପୁର ବ୍ଲକ୍ ବିଜେଡ଼ି ସଭାପତି ଅଜୟ କୁମାର ମହାନ୍ତି, ଜିଲ୍ଲା ବିଜେଡ଼ି ଉପସଭାପତି ମନୀଷ କୁମାର ସାହୁ, ବିଜେଡ଼ି ନେତା ଲକ୍ଷ୍ମୀଧର ସାହୁ, ଅମିତ କୁମାର ଦାସ, ମନୋଜ ରାଉତ, ସରପଞ୍ଚ ହିମାଂଶୁ ନାୟକ, ସେକ୍ ନାଦର, କୁଞ୍ଜବିହାରୀ ଦାସ, ନିରାକାର ସାହୁ, ଧର୍ମରାଜ ଧୀର, ସୀତାକାନ୍ତ ଶତପଥି, ଅଶୋକ ନାୟକ, ମୁକ୍ତିକାନ୍ତ ପଣ୍ଡା, ଶିଶିର କୁମାର ଧଳ, ଦଶରଥପୁର ସମିତି ସଭ୍ୟ ପ୍ରଶାନ୍ତ ମଲ୍ଲିକ ପ୍ରମୁଖଙ୍କ ନେତୃତ୍ୱରେ ହଜାର ହଜାର ମହିଳା ଓ ପୁରୁଷ କର୍ମୀ ସାମିଲ ହୋଇଥିଲେ ।