ପ୍ରଧାନଶିକ୍ଷୟିତ୍ରୀଙ୍କୁ ଗୋଇଠା ମାଡ ଯୁବକ ନାମରେ ଏତଲା

 ଧର୍ମଶାଳା: ଧର୍ମଶାଳା ବ୍ଲକ ଅନ୍ତର୍ଗତ ଚୋରମୁହାଁ ପ୍ରକଳ୍ପ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ସ୍ଥାନୀୟ ଗ୍ରାମର ଜଣେ ଯୁବକ ଗୋଇଠା ମାରିବା ସହ ହତ୍ୟା ଧମକ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଆଜି ସ୍କୁଲରେ ପିଲାମାନେ ପାଠ ପଢୁଥିବା ସମୟରେ ଦିନ ପ୍ରାୟ୧୨ଟା ସମୟରେ ସ୍ଥାନୀୟ ଗ୍ରାମର ଶଙ୍କର ମହାନ୍ତି ନାମକ ଯୁବକ ଶ୍ରେଣୀ ଗୃହରେ ପସି ଧମକ ଚମକ ଦେଇଥିଲେ । ଏହା ଦେଖି ପ୍ରଧାନ ଶିକ୍ଷୟତ୍ରୀ ରୁନାମଣୀ ଗୋଛାୟତ ପ୍ରତିବାଦ କରିବାରୁ ଯୁବକ ଜଣକ ତାଙ୍କୁ ଗାଳିଗୁଲଜ କରିବା ସହ ଗୋଇଠା ମାରିବା ସହ ପଥର ଧରି ଗୋାଡାଇଥିଲେ । ଫଳରେ ସ୍କୁଲର ଛାତ୍ରଛାତ୍ରୀ ଭୟଭିତ ହୋଇ ଏଣେ ତେଣେ ଧାଇଁଥିଲେ । ଏହି ସମୟରେ ଗ୍ରାମର କିଛି ଯୁବକ ଉକ୍ତ ଯୁବକକୁ କାବୁ କରିଥିଲେ । ଏନେଇ ପ୍ରଧାନ ଶିକ୍ଷୟିତ୍ରୀ ବ୍ଲକ ଶିକ୍ଷାଧିକାରୀ ଓ ସାଧନକେନ୍ଦ୍ର ଅଧିକାରୀଙ୍କୁ ଜଣାଇବା ପରେ ସନ୍ଧ୍ୟାରେ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।