ବ୍ଲକ୍ ପ୍ରଶାସନ ପକ୍ଷରୁ ବାତ୍ୟା ମୁକାବିଲା ପ୍ରସ୍ତୁତି
ାା ପ୍ରଭାନୁ୍ୟଜ୍ ।ା ଆସିକା: ବଙ୍ଗୋପସାଗରରେ ଦେଖାଦେଇଥିବା ଲଗୁଚାପ ପ୍ରଭାବରେ ସମ୍ଭାବ୍ୟ ବାତ୍ୟା "ଦାନା'ର ସଫଳ ମୁକାବିଲା ପାଇଁ ଆସିକା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଆସିକା ବିଡ଼ିଓ, ତହସିଲଦାର, ସିଡିପିଓ,ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ବେଜ ସମେତ ସ୍ୱାସ୍ଥ୍ୟ, ଶିକ୍ଷା, ଜଳ ସମ୍ପଦ, ବିଦୁ୍ୟତ, ପାନୀୟଜଳ, କୃଷି, ଅଗ୍ନିଶମ, ବନବିଭାଗ, ଏନଜିଓ ସମେତ ଅନେକ ସହ ସମନ୍ୱୟ ରକ୍ଷା କରି ବାତ୍ୟା ପ୍ରସ୍ତୁତି ପାଇଁ ଶେଷ ପର୍ଯ୍ୟାୟରେ ପହଂଚି ସାରିଲାଣି । ମୋଟ ୧୬ଟି ଆଶ୍ରୟସ୍ଥଳୀରେ ୧୬ ଜଣ ସେଲଟର ଇନଚାର୍ଜ,୧୬ ଜଣ ଅତିରିକ୍ତ ନୋଡାଲ ଅଧିକାରୀ ଓ ୧୬ ଜଣ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଆଶା, ଅଙ୍ଗନବାଡି, ସ୍ୱାସ୍ଥ୍ୟ କର୍ମୀ, ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ, ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ, ସୁପରଭାଇଜରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାର ରୋକିବା, ପ୍ରତି ଲୋକଙ୍କ ପାଖରେ ଶୁଖିଲା ଖାଦ୍ୟ ପହଂଚାଇବା ପାଇଁ ଯୋଗାଣ ଅଧିକାରୀ ବିଶ୍ୱଜିତ ସେଠୀଙ୍କୁ ଦାୟିତ୍ୱ ଦିଆଯାଇଛି । ସମ୍ଭାବ୍ୟ ପ୍ରସବ ଥିବା ମହିଳାଙ୍କ ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା, ଅତିଶୟ ପୃଷ୍ଟି ହୀନତା ଶିଶୁଙ୍କ ପାଇଁ ଶୁଖିଲା ଖାଦ୍ୟ ମହଜୁଦ ରଖିବା ସହ ସମସ୍ତଙ୍କ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସ୍ଥିର କରାଯାଇଛି । ଆସିକା ବ୍ଲକ ବାତ୍ୟା ପରିଚାଳନା ତଦାରଖ ପାଇଁ ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ଆସି ବୁଲି ଫେରି ଯାଇଥିଲେ ।