ସୁକିନ୍ଦା ଶିଳ୍ପ ମହୋତ୍ସବ ଉଦ୍ଘାଟିତ
ଯଖପୁରା: ମଙ୍ଗଳବାର ସନ୍ଧ୍ୟାରେ ଉଦ୍ଘାଟିତ ହୋଇଛି ସୁକିନ୍ଦା ଶିଳ୍ପ ମହୋସôବ-୨୦୨୫ । ମହୋସôବକୁ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରି କହିଥିଲେ ସୁକିନ୍ଦା ଶିଳ୍ପ ମହୋତ୍ସବରେ ଯୋଗଦେବା ଗୋଟେ ଗୌରବର କଥା । ଶିଳ୍ପ ମହୋତ୍ସବରେ କଳିଙ୍ଗନଗର ଶିଳ୍ପାଂଚଳର ଅନେକ କାରଖାନାର ଭାଗିଦାରୀ ରହିଛି । ଫଳରେ କଳିଙ୍ଗନଗର ମହୋତ୍ସବର ନାମ ସୁକିନ୍ଦା ଶିଳ୍ପ ମହୋତ୍ସବ ରହିଛି । ଶିଳ୍ପ କ୍ଷେତ୍ରରେ ସୁକିନ୍ଦା ବିକଶିତ ହୋଇଛି । ଯାଜପୁର ଜିଲାରେ ଶିଳ୍ପ ପ୍ରତିଷ୍ଠା କରି ବ୍ୟାପକ ନିଯୁକ୍ତି ସୃଷ୍ଟି କରିବ ବୋଲି କହିଥିଲେ । ସୁକିନ୍ଦାର ବିକାଶ ହେଲେ ଓଡ଼ିଶା ବିକଶିତ ହେବା ବୋଲି କହିଥିଲେ । ଉପସ୍ଥିତ ସମବାୟ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ପ୍ରଦୀପ ବଳ ସାମନ୍ତ ଶିଳ୍ପ ମହୋସôବ ଶିଳ୍ପ ସହ ସୁକିନ୍ଦାବାସୀଙ୍କୁ ଯୋଡ଼ି ଦେବାର ମାଧ୍ୟମ ପାଲଟିଛି । ଉଦଘାଟନ ଉସôବରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସପନ କୁମାର ନନ୍ଦ, ଦାନଗଦୀ ବିଡ଼ିଓ ପ୍ରଦୀପ କୁମାର ସେଠୀ, ତହସିଲଦାର ରଞ୍ଜିତ କୁମାର ମଲ୍ଲିକ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ସୁକିନ୍ଦା ଶିଳ୍ପ ମହୋତ୍ସବ ଅତି ଭବ୍ୟ ଉଲ୍ଲସିତ ଭାବରେ ଆରମ୍ଭ ହୋଇଛି । ସ୍ଥାନୀୟ ଅଂଚଳର ଅନେକ ଦର୍ଶକ ଉପସ୍ଥିତ ରହିଥିଲେ । ମହୋତ୍ସବ ପାଂଚଦିନ ଧରି ଚାଲିବ । ମହୋତ୍ସବର ପ୍ରଥମ ସନ୍ଧ୍ୟାକୁ ରଙ୍ଗୀନ କରିବାକୁ ଓଲିଉଡ ଓ ବଲିଉଡର କଳାକାର ଯୋଗ ଦେଇଥିଲେ । ଦାନଗଦୀ ଅଂଚଳର କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ମନ୍ତ୍ରୀ ପୁରସ୍କୃତ କରିଥିଲେ । ଚଳଚ୍ଚିତ୍ର ଜଗତର ନାୟିକା ଗୁନଗୁନ ମଂଚ ପରିଚାଳନା କରିଥିଲେ ।