୮୫ ବର୍ଷର ବୃଦ୍ଧ, ହଜାର ଟଙ୍କା ଭତ୍ତା ପାଇଁ ଖର୍ଚ୍ଚ କରୁଛନ୍ତି ଚାରିଶହ ଟଙ୍କା
ାା ପ୍ରଭାନୁ୍ୟଜ ।ା ଆନନ୍ଦପୁର : ସରକାର ବୃଦ୍ଧ ଏବଂ ବୃଦ୍ଧା ମାନଙ୍କ ହାତ ଖର୍ଚ୍ଚ ପାଇଁ ମାସକୁ ମାସ ବାର୍ଦ୍ଧକ୍ୟ ଭତ୍ତା ଦେଇ ଆସୁଛନ୍ତି । ୮୦ ବର୍ଷରୁ କମ ମାନଙ୍କୁ ୮ଶହ ଟଙ୍କା ଏବଂ ୮୦ ବର୍ଷରୁ ଊଦ୍ଧ୍ୱର୍ର୍ଙ୍କୁ ଏକ ହଜାର ଟଙ୍କା ଭତ୍ତା ପ୍ରଦାନ କରୁଛନ୍ତି । ଯଦିଓ ବାର୍ଦ୍ଧକ୍ୟ ଭତ୍ତାକୁ ବିଜେପି ସରକାର ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି କିନ୍ତୁ ତାହା କାର୍ଯ୍ୟକାରୀ ହେବାକୁ ସମୟ ଲାଗିବ । ମାତ୍ର ଗତ ୨୪ବର୍ଷ ମଧ୍ୟରେ ବିଜେଡି ସରକାର ବାର୍ଦ୍ଧକ୍ୟ ଭତ୍ତାକୁ ଆଖି ବୁଜି ଦେଇଥିବାରୁ ଆଜି ଓଡ଼ିଶାରେ ବାର୍ଦ୍ଧକ୍ୟ ଭତ୍ତାର ପରିମାଣ ଅତି ନଗଣ୍ୟ । ଜଣେ ୮୫ ବର୍ଷରୁ ଊଦ୍ଧ୍ୱର୍ ବୃଦ୍ଧ ହଜାର ଟଙ୍କା ଭତା ପାଇବାକୁ ୪ ଶହ ଟଙ୍କା ଖର୍ଚ୍ଚ କରିବା ସହିତ ୨୦ କିଲୋମିଟର ଦୂରରେ ଥିବା ବ୍ୟାଙ୍କକୁ ଆସିଥାନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବ୍ଲକ ଟୁକୁଣା ପଞ୍ଚାୟତ ଅନ୍ତର୍ଗତ ବିନିକା ଗ୍ରାମରେ । ଗ୍ରାମର ସ୍ୱର୍ଗତ ଡମ ଦାସଙ୍କ ପୁଅ ବିଦ୍ୟାଧର ବାର୍ଦ୍ଧକ୍ୟ ଅପରାହ୍ନରେ ପଦାର୍ପଣ କରିସାରିଲେଣି । ବୟସ ହେଉଛି ୮୫. ତେବେ ଦୀର୍ଘ ବର୍ଷ ଧରି ପ୍ରଶାସନ ତାଙ୍କୁ ହାତାହାତି ଭତା ନଦେଇ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଥିବା ଜମା ଖାତାକୁ ତାଙ୍କ ଭତ୍ତା ଟଙ୍କା ଦେଉଛନ୍ତି । ଏନେଇ ସେ ସେ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକର ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କୁ କାକୁତି ମିନତୀ ହୋଇ ଦେଖା କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରି ନଥିବା ସେ ଅଭିଯୋଗ କରିଛନ୍ତି ।
ଯଦ୍ୱାରା କି ୮୫ ବର୍ଷୀୟ ବିଦ୍ୟାଧର ନିରୁପାୟ ହୋଇ ୧ ହଜାର ଟଙ୍କା ଭତ୍ତା ପାଇଁ ୪ ଶହ ଟଙ୍କାରୁ ଊଦ୍ଧ୍ୱର୍ ଅଟୋ ବାବଦରେ ଖର୍ଚ୍ଚ କରି ବ୍ୟାଙ୍କ ଆସି ତାଙ୍କ ଜମା ଖାତାରୁ ଭତା ଟଙ୍କା ଉଠାଉଛନ୍ତି । ବଳୁଥିବା ୬ ଶହ ଟଙ୍କାରେ ସେ କିପରି ଚଳିବେ ବୋଲି ପ୍ରଶାସନକୁ ପ୍ରଶ୍ନ କରିଛନ୍ତି । ଭତ୍ତା ଟଙ୍କା ଯଦି ତାଙ୍କୁ ତାଙ୍କ ଗ୍ରାମରେ ଥିବା ପଞ୍ଚାୟତ କାର୍ଯ୍ୟାଳୟରେ ମିଳି ପାରନ୍ତା ତେବେ ତାଙ୍କର କିଛି ଅର୍ଥ ବଞ୍ଚି ପାରନ୍ତା ବୋଲି ସେ ଯୁକ୍ତି ବାଢିଛନ୍ତି । ବିଦ୍ୟାଧର ପ୍ରଶାସନ ନିକଟରେ ଅପଲି କରି ତାଙ୍କ ଗୁହାରୀ ଶୁଣିବାକୁ ବୋଲି ନିବେଦନ କରିଛନ୍ତି ।