ଆମ୍ବୁଲାନ୍ସ ଲୋକାର୍ପିତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ପ୍ରାୟୋଜିତ ଚାରିଟି ଉନ୍ନତ ଜୀବନ ସମର୍ଥନକାରୀ ଆମ୍ବୁଲାନ୍ସକୁ ସାଂସଦ ଅନନ୍ତ ନାୟକ ଲୋକାର୍ପଣ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ନାୟକଙ୍କ ସମେତ ଜିଲ୍ଲାପାଳ ବିଶାଲ ସିଂହ, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର, ବନଖଣ୍ଡ ଅଧିକାରୀ ଧନରାଜ ଏଚ୍ଡି, ପ୍ରକଳ୍ପ ନିଦେ୍ର୍ଦଶକ, ଜାତୀୟ ରାଜପଥ ପ୍ରାଧିକରଣ ମହେଶ ଗାମି, ବୈଷୟିକ ପ୍ରବନ୍ଧକ ପୁନିତ ଖନ୍ନା ସବୁଜ ପତାକା ପ୍ରଦର୍ଶନ କରି ଆନୁଷ୍ଠାନିକ ଭାବେ ଆମ୍ବୁଲାନ୍ସର ଲୋକାର୍ପଣ କରିଥିଲେ  । ଏହି ଆମ୍ବୁଲାନ୍ସଗୁଡ଼ିକ ଭେଣ୍ଟିଲେଟର, ଡିଫିବ୍ରିଲେଟର ଏବଂ ଅକ୍ସିଜେନ ସିଲିଣ୍ଡର ସମେତ ଉନ୍ନତ ଚିକିତ୍ସା ଉପକରଣ ମହଜୁଦ ରହିଛି ଯାହା ଜରୁରୀକାଳୀନ ସମୟରେ ରୋଗୀଙ୍କୁ ଗୁରୁତ୍ୱପୂର୍ଣ୍ଣ ସେବା ଯୋଗାଇପାରିବ  । ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଆବଶ୍ୟକ ଲୋକଙ୍କୁ ସମୟୋଚିତ ଚିକିସôା ସହାୟତା ସୁନିଶ୍ଚିତ କରିବା ଏବଂ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରିବ । ସୂଚନାଯୋଗ୍ୟ କାର୍ଯ୍ୟକାରୀ ସଂସ୍ଥା, ଏଚଏଲଏଲ ଲାଇଫକେୟାର ଲିମିଟେଡ୍, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଏକ କ୍ଷୁଦ୍ର-ରନô ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗ ଅଟେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ,ନୋଡାଲ ଅଧିକାରୀ ପ୍ରିୟବ୍ରତ କୁମାର କର, କ୍ଷେତ୍ର ଯନ୍ତ୍ରୀ ସୁବାଶିଷ ପରିଡା, ଅରୁଣ କୁମାର ଦାସ,ସୁବାଶିଷ ସାହୁ, ଆଞ୍ଚଳିକ ପ୍ରକଳ୍ପ ଅଧିକାରୀ ସୁଶ୍ରୀ ସଞ୍ଚିତା ଦେ, ସପନ କୁମାର ସ୍ୱାଇଁ ଏବଂ ତପନ ପତି ପ୍ରମୁଖ ଉପସ୍ଥିତ ଥିଲେ  ।