ନଷ୍ଟ ହେବାକୁ ବସିଲାଣି ଅନନ୍ତ ବାସୁଦେବ ମନ୍ଦିରର ଐତିହ୍ୟ କୂଅ
ଭୁବନେଶ୍ୱର: ନଷ୍ଟ ହେବାକୁ ବସିଲାଣି ଅନନ୍ତ ବାସୁଦେବ ମନ୍ଦିରର ଐତିହ୍ୟ କୂଅ । ରାଜଧାନୀର ପୁରୁଣା ଭୁବନେଶ୍ୱରରେ ରହିଛି ତ୍ରୟଦଶ ଶତାଦ୍ଦୀର ଅନନ୍ତ ବାସୁଦେବ ମନ୍ଦିର । ଏହାକୁ ଲାଗି ରହିଛି ମନ୍ଦିରର ଐତିହ୍ୟ କୂଅ । ହେଲେ ବର୍ତ୍ତମାନ ସମୟରେ ତାହା କଂକ୍ରିଟ୍ରେ ପୋତି ହୋଇଗଲାଣି । ଏଥି ସହିତ କୂଅ ଥିବା ସ୍ଥାନରେ ପାଚେରୀ ନିର୍ମାଣ କରାଯାଇଛି । ଯାହା କି ଆଇନ ଅନୁଯାୟୀ ଏକ ଅପରାଧ । ଏହି ଐତିହ୍ୟ କୂଅର ଜଳକୁ ରୋଷେଇ କାର୍ଯ୍ୟରେ ବ୍ୟବହାର କରାଯାଉଥିଲା । ପୂର୍ବରୁ ଏହି ସ୍ଥାନକୁ ଅନନ୍ତ ବାସୁଦେବ ମନ୍ଦିରରେ ରୋଷଘରକୁ ସ୍ଥାନାନ୍ତରିତ କରାଯିବା ପାଇଁ ଧାର୍ଯ୍ୟ କରାଯାଇଥିଲା । ହେଲେ ତାହା ଏଯାଏଁ କାର୍ଯ୍ୟକାରୀ ହୋଇପାରୁନାହିଁ । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗର ନିଦେ୍ର୍ଦଶକ ଭି. ବିଦ୍ୟାବତୀ ତାଙ୍କର ଅନୁଧ୍ୟାନ ସମୟରେ ରୋଷଘରୁ ବାହାରୁଥିବା ଧୂଆଁ ଓ ଉତ୍ତାପ ଐତିହ୍ୟର ନଷ୍ଟ କରିବା ଦିଗ ନେଇ ସେତେବେଳେ ଚିନ୍ତା ପ୍ରକଟ କରିଥିଲେ । ପୂର୍ବରୁ ଚଳା ଛପର ଥିବା ରୋଷଘର ଏବେ ଆଜ୍ବେଷ୍ଟସ ହୋଇଯାଇଛି ସତ, କିନ୍ତୁ ଏଥିରେ ପୂର୍ବରୁ ଅଗ୍ନି ସଂଯୋଗ ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଛି । ମନ୍ଦିରକୁ ଲାଗି ରହିଥିବା ଏହି ସୀମିତ ସ୍ଥାନରେ ଅଧିକ ଲୋକଙ୍କ ପାଇଁ ପ୍ରସାଦ ପ୍ରସ୍ତୁତିର ଅନୁମତି ନାହିଁ ।୨୦୧୮ରେ ଘଟିଥିବା ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ରେଷଘର ନଷ୍ଟ ହୋଇଯାଇଥିଲା । ପୂର୍ବରୁ ୨୦୧୩ରେ ସରକାର ଭୁବନେଶ୍ୱର ମହାନଗର ନିଗମକୁ ନୂଆ ଏକ ରୋଷଘର ପର୍ଯ୍ୟାପ୍ତ ସ୍ଥାନରେ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଏକାମ୍ର ପ୍ରକଳ୍ପ ଅଧୀନରେ ଅନନ୍ତ ବାସୁଦେବ ପ୍ଲାଜା ପ୍ରକଳ୍ପ ଅନ୍ତର୍ଭୁକ୍ତ କରାଯାଇଥିଲା । ଯେଉଁ ସ୍ଥାନରେ ଉଭୟ ଆନନ୍ଦ ବଜାର ଓ ରୋଷଘର ପ୍ରସ୍ତୁତି କରିବା ନେଇ ନିୟାମକ ଧାର୍ଯ୍ୟ କରାଯାଇଥିଲା । ମାତ୍ର ଏବେ ସେଠାରେ ଏକ ଉଦ୍ୟାନ କରାଯାଇଛି ଏବଂ ଏକ ଛୋଟ ରାସ୍ତାରେ ସୀମିତ ରହିଛି । ଏ ନେଇ ବିଭାଗୀୟ ଅଧିକାରୀଙ୍କ ପାଖରେ ମଧ୍ୟ କିଛି ସ୍ପଷ୍ଟଟା ନାହିଁ ।