ଅଙ୍ଗନବାଡ଼ି ୱାର୍କର ନିଯୁକ୍ତିରେ ଚଞ୍ଚକତା 

 ନିଆଳି:  ନିଆଳି ବ୍ଲକ ଅଧିନସ୍ତ ନୂଆଗାଁ ପଞ୍ଚାୟତ ବାଲି ସାହି ୱାର୍କର ପଦବୀଟି ଦୀର୍ଘଦିନ ହେବ ଖାଲି ପଡିଛି । ଅନ୍ୟ  ଏକ ଅଙ୍ଗନବାଡି ୱାର୍କରଙ୍କୁ ଏଠାରେ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯାଇଛି । ଯାହାଫଳରେ ଏଠାରେ ସ୍ଥାୟୀ ୱାର୍କର ନିଯୁକ୍ତି ପାଇଁ ୨୪. ୭.୨୦୨୪ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୬. ୭. ୨୦୨୪ ରେ କାଗଜ ପତ୍ର ଯାଞ୍ଚ କରାଯାଇଥିଲା । ୨୯. ୭.୨୪ରେ ଲୋପାମୁଦ୍ରା ବିଶ୍ୱାଳ ୨୦ ଜଣଙ୍କ ମଧ୍ୟରୁ ସର୍ବାଧିକ ନମ୍ବର ରଖିଥିବାରୁ ଲୋକମାନଙ୍କ ଲୋପାମୁଦ୍ରାଙ୍କୁ ଚୟନ କରାଯାଇଥିବା ପୂର୍ବତନ ସିଡିପିଓ ସୂଚନା ଦେଇଥିଲେ । କିନ୍ତୁ ୫ ମାସ ବିତିଯାଇଥିଲେ ଏ ପର୍ଯ୍ୟନ୍ତ ଲୋପାମୁଦ୍ରାଙ୍କୁ ନିଯୁକ୍ତି ନ ଦେଇ ଅନ୍ୟ ଆବେଦନକାରୀଙ୍କୁ ଦେବା ପାଇଁ ଯୋଜନା କରାଯାଇଛି । ଆବେଦନ କରୁଥିବା ୱାର୍କରଙ୍କ ମଧ୍ୟରୁ ମୋଟା ଅଙ୍କର ଅର୍ଥ ନେଇ ଅନ୍ୟ ଜଣଙ୍କୁ ଦେବା ପାଇଁ ଯୋଜନା କରାଯାଇଥିବା ଲୋପାମୁଦ୍ରା ଅଭିଯୋଗ କରିଛନ୍ତି । ଏଣୁ ଯଥାଶୀଘ୍ର ଉକ୍ତ ଘଟଣାର ବିଧିବଦ୍ଧ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ସଠିକ୍ ଭାବେ ୱାର୍କର ଚୟନ କରି ନିଯୁକ୍ତି ଦିଆଯାଉ । ନଚେତ୍ ବହୁ ଆବେଦନ କରୁଥିବା ୱାର୍କରଙ୍କ ପରିବାର ସିଡିପିଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ଏ ନେଇ ସିଡିପିଓଙ୍କ ସହ ଯୋଗାଯୋଗ କରିଥିଲେ ବି ସେ ଫୋନ ଉଠାଇ ନଥିଲେ ।