ସାମ୍ୱାଦିକ ସୁକାନ୍ତ  ପଟ୍ଟନାୟକଙ୍କ ପରଲୋକ 

 ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର କାର୍ଯ୍ୟରତ ସାମ୍ବାଦିକ ସୁକାନ୍ତ ପଟ୍ଟନାୟକ ଓରଫ୍ (ମୁନା)ଙ୍କ ଦେହାନ୍ତ ହୋଇଯାଇଛି । ସେ ଆଜକୁ ଦୀର୍ଘ ଏକ ବର୍ଷ ହେବ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିସôିତ ହେଉଥିଲେ । ମଝିରେ ସୁସ୍ଥ ହୋଇ ପୁଣିଥରେ ସାମ୍ବାଦିକତା କ୍ଷେତ୍ରରେ ସକ୍ରିୟ ହୋଇଥିଲେ । ଇତି ମଧ୍ୟରେ ଦୁଇଦିନ ତଳେ ତାଙ୍କର ଶେଷ କେମ ମଧ୍ୟ ଦିଆ ସରିଥିଲା । ମାତ୍ର ଗତକାଲି ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତୁ୍ୟ ଘଟିଥିଲା । ତେବେ ଆଜି ସକାଳେ ତାଙ୍କ ବାସ ଭବନ ଘଣ୍ଟେଶ୍ୱର ଅଞ୍ଚଳ କୋଳିଆଡିଆ ଠାରେ ଅଞ୍ଚଳର ଲୋକମାନେ ତାଙ୍କର ଶେଷ ଦର୍ଶନ କରିଥିଲେ । ଚାନ୍ଦବାଲି ବ୍ଲକ୍ର କାର୍ଯ୍ୟରତ ସମସ୍ତ ସାମ୍ବାଦିକମାନେ ଉପସ୍ଥିତ ରହି ତାଙ୍କର ପରିବାର ସହିତ ସହଯୋଗ କରିଛନ୍ତି । ମୁନା ପଟ୍ଟନାୟକଙ୍କର ଏକ ୬ବର୍ଷ ର ଝିଅ ଏବଂ ୨ ବର୍ଷର ଏକ ପୁଅ ଅଛି । ଜୀବନ ସାରା ସାମ୍ୱାଦିକଟିଏ ସମାଜ ପାଇଁ ନିଜ ଜୀବନକୁ ଉସôର୍ଗ କରିଥିଲେ ମଧ୍ୟ କୌଣସି ସରକାରୀ ସହାନୁଭୂତି ସାମ୍ୱାଦିକ ମାନଙ୍କ ପାଇଁ ନାହିଁ । ମୁନା ପଟ୍ଟନାୟକଙ୍କ ପରିବାରକୁ ସରକାରୀ ସହଯୋଗ ଯୋଗାଇ ଦେବାକୁ ବରିଷ୍ଠ ସାମ୍ବାଦିକ ମାନେ ଦାବି କରିବା ସହିତ ତାଙ୍କ ପରିବାରକୁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଦାବି କରିଛନ୍ତି ।