ବାଇକରେ ଓଢ଼ଣୀ ଲାଗି ମହିଳା ମୃତ
ନୂଆପଡା: ଖଡ଼ିଆଳ ବ୍ଲକ୍ ଅନ୍ତର୍ଗତ ଡୁଆଝର ଗ୍ରାମରେ ଆଜି ଏକ ଅଘଟଣ ଘଟିଯାଇଛି । ବାଇକରେ ଓଢ଼ଣୀ ଲାଗି ଜଣେ ମହିଲାଙ୍କର ଶୋଚନୀୟ ମୃତୁ୍ୟ ଘଟିଛି । ମୃତ ମହିଳା ଜଣକ ମାନିନୀ ନାଏକ ବୋଲି ଜଣାପଡିଛି । ତାଙ୍କ ଘର କଳାହାଣ୍ଡି ଜିଲା ଜୁନାଗଡ ଥାନା ଅନ୍ତର୍ଗତ ଭଦ୍ରାଗୁଡ଼ା ଅଟେ । ସ୍ୱାମୀ ଆଦିତ୍ୟ ନାଏକ ଓ ତାଙ୍କ ସ୍ତ୍ରୀ ମାନିନୀ ନାଏକ ଏକ ବାଇକରେ ଖଡିଆଳ ଦିଗକୁ ଆସୁଥିବା ବେଳେ, ଡୁଆଝର ଗ୍ରାମ ନିକଟରେ ବାଇକ ଚକରେ ତାଙ୍କ ଓଢ଼ଣୀ ଲାଗି ଯାଇଥିଲା । ଯାହାଫଳରେ ସେ ଗୁରୁତର ହୋଇ ଯାଇଥିଲେ । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଖଡିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରଯାଇଥିବା ବେଳେ, ତାଙ୍କର ମୃତୁ୍ୟ ହୋଇଛି । ଖଡିଆଳ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।