ସତ୍ୟନାରାୟଣ ବାଦିପାଲା ଅନୁଷ୍ଠିତ

 ଆନନ୍ଦପୁର : ଗୁୁରୁବାରରୁ ଆନନ୍ଦପୁର ବଡଦାଣ୍ଡରେ ସର୍ବ ପୁରାତନ ସତ୍ୟନାରାୟଣ ବାଦିପାଲା ଆରମ୍ଭ ହୋଇଛି । ପାଲା କମିଟି ସଭାପତି ଅନନ୍ତ ଚରଣ ସାଙ୍କ ସଞ୍ଚାଳନରେ ବାଦିପାଲ ୩୧ ତାରିଖ ପର୍ଯ୍ୟନ୍ତ ଲଢେଇ ପାଲା ଚାଲିବ । ପ୍ରଥମ ସନ୍ଧ୍ୟାର ଗାୟକ ମଞ୍ଜୁଳ ତ୍ରିଲୋଚନ ନାୟକ ଏବଂ ଗାୟକ ରନô ଶତ୍ରୁଘ୍ନ ରଣାଙ୍କ ମଧ୍ୟରେ ପାଲା ଅନୁଷ୍ଠିତ ହୋଇଥିଲା । ଉଭୟ ଗାୟକ ବେଶ ଚିତାକର୍ଷକ ପାଲା ପରିବେଷଣ କରି ଦର୍ଶକ ମାନଙ୍କ ମନମୁଗ୍ଧ କରିଥିଲେ । ପାଲାକୁ ବରିଷ୍ଠ ନେତା ସୈାମ୍ୟରଞ୍ଜନ ପଟ୍ଟନାୟକ ଉଦଘାଟନ କରିଥିଲେ । କାର୍ଯ୍ୟକାରୀ ସଭାପତି ଶାନ୍ତନୁ ମିଶ୍ର, ଉପନଗରପାଳ ଦୁର୍ଗାଚରଣ ଦଳେଇ, କାଉନସିଲର ମଣିଲତା ରାମ, ସଦସ୍ୟ ସତ୍ୟାନନ୍ଦ ମିଶ୍ର, ସୁଦାମ ଚରଣ ମଙ୍ଗଳ, ଜ୍ୟୋତିରଞ୍ଜନ ଯେନା, ଧୋବା ରଣା, କୃଷ୍ଣ ସାହୁ, ମୁନା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।