ପୁଲିସ ପକ୍ଷରୁ ଗାଡ଼ି ମୋଟର ଯାଞ୍ଚ


ାା ପ୍ରଭାନୁ୍ୟଜ ।ା ବ୍ରହ୍ମବରଦା : ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଯାଜପୁର ଏସପିଙ୍କ ନିଦେ୍ର୍ଦଶ କ୍ରମେ ଜିଲାର ସବୁ ଅଞ୍ଚଳରେ ଗାଡି ମୋଟର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି କ୍ରମରେ ବ୍ରହ୍ମବରଦା ଥାନା ଅଧିକାରିଣୀ ଅଂଶୁମାଳା ଦାସଙ୍କ ତତ୍ତ୍ୱାବଧାନରେ ଓ ଏଏସ୍ଆଇ ଲକ୍ଷ୍ମୀଧର ରାଜଙ୍କ ନେତୃତ୍ୱରେ ବରୁଆଁ-କୃଷ୍ଣଦାସପୁର ମୁଖ୍ୟ ରାସ୍ତାର ବ୍ରହ୍ମବରଦା ପଞ୍ଚାୟତ ଅଫିସ, ବ୍ରହ୍ମବରଦା କଲେଜ ଛକ ଓ ନାଳକୂଳ ପେଟ୍ରୋଲ ପମ୍ପ ନିକଟରେ ଗାଡି ମୋଟର ଯାଞ୍ଚ କରାଯାଇଛି । ପୁଲିସ ପକ୍ଷରୁ ଦୁଇ ଚକିଆ ଯାନ ଠାରୁ ଆରମ୍ଭ କରି ୬ ଚକିଆ ଯାନ ପର୍ଯ୍ୟନ୍ତ ଗାଡି ଗୁଡିକୁ ଅଟକ ରଖି ଯାଞ୍ଚକରାଯାଇଥିଲା । ବିଶେଷକରି ହେଲମେଟ ପରିଧାନ କରି ନଥିବା ବାଇକ ଆରୋହୀ ଓ ଅମାନିଆ ବାଇକ ଚାଳକଙ୍କ ଠାରୁ ଫାଇନ ଆଦାୟ କରାଯାଇଥିଲା । ଯାଞ୍ଚରେ କନେଷ୍ଟବଳ ବଳରାମ ସାହୁ, ବିଦ୍ୟାପତି ପଲେଇ ଓ ହୋମଗାର୍ଡ ହେମନ୍ତ ଜେନା ପ୍ରମୁଖ ସାମିଲ ହୋଇଥିଲେ ।