ରେଳଧାରଣାରେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ

 କାଳିଆପାଣି : ସୁକିନ୍ଦା-ମଙ୍ଗଳପୁର ନିକଟରେ ଥିବା ଟ୍ରେନ ଲାଇନ ଉପରେ ଅଜଣା ମୃତ ଦେହ ପଡିଥିବାର ଦେଖିବାକୁ ମିଳିଛି । ଶନିବାର ଭୋର ସକାଳୁ ସ୍ଥାନୀୟ ଲୋକେ ଟ୍ରେନ ଲାଇନ ଉପରେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାଇ ଉକ୍ତ ମୃତବ୍ୟକ୍ତି ଜଣକ ନିକଟସ୍ଥ ଢେଙ୍କାନାଳ ଜିଲ୍ଲା କେନ୍ଦୁପଡା ଗାଁର ହୋଇଥାଇ ପାରନ୍ତି । କୌଣସି ସମ୍ପର୍କୀୟ ସେଠାକୁ ପହଁଚି ନଥିବା ଖବର ମିଳିଛି ।
ଯୁବ ବ୍ୟବସାୟୀଙ୍କ ପରଲୋକ