ଆନ୍ଧ୍ର ସରକାରଙ୍କୁ ଅନୀଲ ଅଗ୍ରୱାଲଙ୍କ ପ୍ରଶଂସା

 ଭୁବନେଶ୍ୱର : ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଆନ୍ଧ୍ରପ୍ରଦେଶ ସରକାରଙ୍କ ଶିଳ୍ପଗୁଡିକୁ ପ୍ରୋତ୍ସାହନ ପ୍ରଦାନ କରିବା ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ଏବଂ ରାଜସ୍ଥାନ, ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ ଭଳି ରାଜ୍ୟ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରି ନିବେଶ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ବୋଲି ଜଣାଇଛନ୍ତି । ‘ଏକ୍ସ’ ଆକାଉଣ୍ଟରେ ଏକ ପୋଷ୍ଟରେ ଶ୍ରୀ ଅଗ୍ରୱାଲ୍ ଆନାକାପଲ୍ଲୀରେ ସ୍ଥାପନ କରାଯାଉଥିବା ସମନ୍ୱିତ ଇସ୍ପାତ କାରଖାନା ପାଇଁ ଏଏମ୍/ଏନ୍ଏସ୍କୁ ଦିଆଯାଇଥିବା ୨୮,୦୦୦ କୋଟି ଟଙ୍କାର ପ୍ରୋତ୍ସାହନ ବିଷୟରେ ଉଲ୍ଲେଖ କରିଛନ୍ତି । ବୃହତ୍ ଶିଳ୍ପ ପ୍ରକଳ୍ପ ହାସଲ କରିବା ପାଇଁ ବିନିର୍ମାଣ କ୍ଷେତ୍ରର ପ୍ରମୁଖ ସମସ୍ୟା ଯଥା ଜମିର ଷ୍ଟାମ୍ପ୍ ଡ୍ୟୁଟି, ଜିଏସଟି ଏବଂ ବିଦ୍ୟୁତ୍ ଓ ଜଳ ଖର୍ଚ୍ଚ ଆଦିର ସମାଧାନ କରିବାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ସମ୍ପର୍କରେ ସେ ଉଲ୍ଲେଖ କରିଛନ୍ତି ।
ଏଭଳି ଏକ ପ୍ରକଳ୍ପ ଏହି ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ଅର୍ଥନୈତିକ କାର୍ଯ୍ୟକଳାପକୁ ବଢ଼ାଇବ ବୋଲି ସେ କହିଛନ୍ତି । ରାଜସ୍ଥାନ, ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ଭଳି ଅନ୍ୟ ରାଜ୍ୟଗୁଡିକ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରି ନିବେଶ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ । ଯେଉଁମାନେ ସବୁଠାରୁ ଉତ୍ତମ ଆଭିମୁଖ ଗ୍ରହଣ କରିବେ ସେମାନେ ସର୍ବାଧିକ ନିବେଶ ଆକର୍ଷିତ କରିପାରିବେ ବୋଲି ସେ ଲେଖିଛନ୍ତି ।