ବିଦାୟକାଳୀନ ମ୍ୟାଚ ସହ ରୋହିତ ଓ ବିରାଟ ସମ୍ମାନର ହକଦାର: ଅନୀଲ କୁମ୍ବଲେ

ବିଦାୟକାଳୀନ ମ୍ୟାଚ ସହ ରୋହିତ ଓ ବିରାଟ ସମ୍ମାନର ହକଦାର: ଅନୀଲ କୁମ୍ବଲେ

ବିସିସିଆଇ ବିରାଟ କୋହଲି ଓ ରୋହିତ ଶର୍ମା ଟେଷ୍ଟ କ୍ରିକେଟ୍‌ରୁ ଅବସର ନେବାକୁ ନେଇ ସମାଲୋଚନାର ସମ୍ମୁଖୀନ ହେଉଛି । ମାତ୍ର ପାଞ୍ଚ ଦିନରେ ଉଭୟ ଖେଳାଳି ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି, ଯାହା ଭାରତୀୟ ବ୍ୟାଟିଂ ଶୃଙ୍ଖଳାରେ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଏହି ଘୋଷଣା ଇଂଲଣ୍ଡ ଗସ୍ତ ପୂର୍ବରୁ ଆସିଛି, ଯାହା ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ପୂର୍ବତନ ଭାରତୀୟ ଅଧିନାୟକ ଅନିଲ କୁମ୍ବଲେ ବିସିସିଆଇକୁ ଏହି ମାମଲାରେ ସ୍ପଷ୍ଟୀକରଣ ଦେବାକୁ କହିଛନ୍ତି ।  କୁମ୍ବଲେ କହିଛନ୍ତି, କୋହଲି ଓ ରୋହିତଙ୍କୁ ବିଦାୟ ମ୍ୟାଚ୍ ଦିଆଯିବା ଉଚିତ୍ ଥିଲା, ଯାହା ପ୍ରଶଂସକ ଓ ଖେଳାଳିଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇପାରିଥାନ୍ତା । ରିପୋର୍ଟ ଅନୁଯାୟୀ, ବିସିସିଆଇ ରୋହିତଙ୍କୁ ଟେଷ୍ଟ ଦଳରୁ ବାଦ୍ ଦେବାର ନିଷ୍ପତ୍ତି ନେଇଥିଲା, ଯାହା ତାଙ୍କ ଅବସର ଘୋଷଣାର କାରଣ ହୋଇଥିଲା । ଅନ୍ୟପକ୍ଷରେ କୋହଲି ନିଜେ ଅବସର ନେବାର ନିଷ୍ପତ୍ତି ନେଇଥିଲେ, କିନ୍ତୁ ବିସିସିଆଇ ଉଭୟ ଖେଳାଳିଙ୍କୁ ଇଂଲଣ୍ଡ ଗସ୍ତ ପାଇଁ ଖେଳିବାକୁ ଅନୁରୋଧ କରିପାରିଥାନ୍ତା । ଏକ୍ସରେ ପ୍ରଶଂସକମାନେ ବିସିସିଆଇର ଏହି ନିଷ୍ପତ୍ତିକୁ ‘ଅନ୍ୟାୟ’ ଓ ‘ଅସମ୍ମାନଜନକ’ ବୋଲି କହିଛନ୍ତି । ଅନେକ ପ୍ରଶଂସକ କହିଛନ୍ତି, ଏହି ଦୁଇ କିମ୍ବଦନ୍ତୀ ଖେଳାଳିଙ୍କୁ ଏଭଳି ବିଦାୟ ଦେବା ଭାରତୀୟ କ୍ରିକେଟର ସମ୍ମାନକୁ ଆଘାତ। ବିସିସିଆଇ ଏବେ ଏହି ମାମଲାରେ ସ୍ପଷ୍ଟୀକରଣ ଦେଇନି ।