ବର୍ଷାଙ୍କୁ ଚ୍ୟାଲେଞ୍ଜ ଦେଲେ ଅନୁଭବ: ୱାଇଫର ସତ୍ୟତା ଉପରେ ପ୍ରଶ୍ନ
ଭୁବନେଶ୍ୱର: ଓଲିଉଡର ଚର୍ଚ୍ଚିତ ଯୋଡ଼ି ବର୍ଷା ପ୍ରିୟଦର୍ଶନୀ-ଅନୁଭବ ମହାନ୍ତି କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ପ୍ରଥମେ ଅନୁଭବ ତାଙ୍କ ଅଟୋବାୟୋଗ୍ରାଫି ପାଇଁ ଚର୍ଚ୍ଚାରେ ଥିବାବେଳେ ପରେ ବର୍ଷା ନିଜର ଫିଲ୍ମ ୱାଇଫକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଏହାରି ଭିତରେ ଅନୁଭବଙ୍କ ଫେସବୁକ୍ ପୋଷ୍ଟ ଖୁବ୍ ଭାଇରାଲ ହେବାରେ ଲାଗିଛି।
ବିବାହ ବିଚ୍ଛେଦ ହେବା ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗିରହିଥିଲା । ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥିବା ୨ କଳାକାର ନିଜ ନିଜ ପକ୍ଷ ରଖି ପୋଷ୍ଟ କରୁଥିଲେ । ଏସବୁ ବ୍ୟତୀତ ଅନୁଭବ ଭିଡିଓ ଜାରି କରି ମଧ୍ୟ ଅନେକ କଥା କହିଆସିଛନ୍ତି । ନିକଟରେ ବର୍ଷା ପ୍ରିୟଦର୍ଶନୀଙ୍କ ୱାଇଫ ଫିଲ୍ମ ରିଲିଜ ହୋଇଛି । ଏହି ଫିଲ୍ମର କାହାଣୀ ବର୍ଷାଙ୍କ ବୈବାହିକ ଜୀବନ କାହାଣୀ ସହ କିଛି ସାମଞ୍ଜସ୍ୟ ରହିଥିବା ନେଇ କୁହାଯାଉଛି । କିନ୍ତୁ ଏହାକୁ ସହଜରେ ହଜମ କରିପାରୁନାହାନ୍ତି ଅନୁଭବ ମହାନ୍ତି । ତେଣୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ଫେସବୁକ ପୋଷ୍ଟରେ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ଏହି ଫିଲ୍ମର ସତ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି ଅନୁଭବ।