ବିଭିନ୍ନ ସ୍ଥାନରେ ମହିଳା ଦିବସ ପାଳିତ : ସମାଜକୁ ଆଗେଇ ନେବାରେ ମହିଳାଙ୍କ ଭୂମିକା ଅନନ୍ୟ

 ଜଟଣୀ : ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ଠାରେ ଶ୍ରମିକ କଂଗ୍ରେସ ପକ୍ଷରୁ ପାଳିତ ହୋଇଯାଇଛି ବିଶ୍ୱ ମହିଳା ଦିବସ  । ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ଜେନେରାଲ ସେକ୍ରେଟାରୀ ରମେଶ ଚନ୍ଦ୍ର ସାହୁଙ୍କ ନିଦେ୍ର୍ଦଶ କ୍ରମେ ମଣ୍ଡଳ ସଂଯୋଜକ ସୁନିଲ୍ ଭଞ୍ଜଙ୍କ ସଂଯୋଜନାରେ ତିନିବ୍ରାଞ୍ଚର କର୍ମକର୍ତ୍ତାମାନେ ନିଜେ ନିଜର କର୍ମକ୍ଷେତ୍ରରେ ଉପସ୍ଥିତ ମହିଳା କର୍ମଚାରୀମାନଙ୍କୁ ଉପହାର ଓ ମିଠା ଦେଇ ଅଭିନନ୍ଦନ ଜଣାଇଥିଲେ  । ଶାଖା ସମ୍ପାଦକ ଏଲଡି ମହାନ୍ତି ବିଭିନ୍ନ କାର୍ଯ୍ୟସ୍ଥଳୀ ମାନଙ୍କରେ ପଥପ୍ରାନ୍ତ ସଭା ମାଧ୍ୟମରେ ମହିଳା କର୍ମଚାରୀଙ୍କୁ ସମ୍ମାନ ଦେବା ସହିତ କୌଣସି ପରିସ୍ଥିତିରେ ଯେପରି ମହିଳାମାନେ ନିଜକୁ ଅସୁରକ୍ଷିତ ମନେ ନ କରନ୍ତି ସେଥିପ୍ରତି ଯତ୍ନବାନ୍ ହେବା ପାଇଁ ଉପସ୍ଥିତ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ  । ନାରୀନେତ୍ରୀ ରୁନି ବେହେରା, ବିଜୟଲକ୍ଷ୍ମୀ ଦାଶ, ସଂଯୁକ୍ତା ମିଶ୍ର, ସଭାପତି ସତ୍ୟରଞ୍ଜନ୍ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ମହମ୍ମଦ ମୁସ୍ତାକ ଅଲି, ରାକେଶ ଘଢେଇ, ନରେନ୍ଦ୍ର ଦାସ ସମେତ ଅନେକ କର୍ମୀ ନିଜ ନିଜ କ୍ଷେତ୍ରରେ ମହିଳା ଦିବସ ପାଳନ କରିଥିଲେ  ।
ଯାଜପୁର 
ମହିଳାଙ୍କ ଉଦେ୍ଦଶ୍ୟରେ ସାରା ଦେଶ ପାଳୁଛି ଅନ୍ତର୍ଜାତୀୟ ମହିଳା ଦିବସ । ଜୟ ମହାକାଳ ଫାଉଣ୍ଡେସନ ଓଡ଼ିଶା ପକ୍ଷରୁ ମଧ୍ୟ ମହିଳା ଦିବସ ପାଳିତ ହୋଇଛି । ବନ୍ଦାଳୋ ପଂଚାୟତ ଚୌଧୁରିପାଟଣାରେ ଥିବା ଗ୍ରାମଦେବୀ ମା ଶୀତଳା ମନ୍ଦିର ପ୍ରାଙ୍ଗଣରେ ମହିଳା ଦିବସ ନିମନ୍ତେ ଏକ ସଭା ଆୟୋଜିତ ହୋଇଛି । ଏହି ସଭାରେ ମହିଳାଙ୍କୁ ନେଇ ବିଭିନ୍ନ ଆଲୋଚନା କରାଯିବା ସହ ସଚେତନ କରାଯାଇଛି । ନାରୀଙ୍କୁ ସମ୍ମାନ ଦେବା ସହ ସମାନ ଅଧିକାର ପାଇବା ପାଇଁ ଗୁରୁତ୍ୱ ଦେବା ଉଚ୍ଚିତ ଏଥିପାଇଁ ଆମେ ଦରକାର ପଡିଲେ ଲଢ଼ିବା ଆବଶ୍ୟକ ମଧ୍ୟ ରହିଛି । ଅନ୍ୟପଟେ ନିଜେ କିପରି ନିଜର ସୁରକ୍ଷା କରିବା, ଘରୋଇ ହିଂସାକୁ ରୋକି ନିଜର ସୁରକ୍ଷା କବଚ ହେବା, ସମାଜରେ ହିଂସାକୁ ପ୍ରତିରୋଧ କରିବା ଆଦି ବିଷୟରେ ଆଲୋଚନା ଓ ସଚେତନତ କରାଯାଇଛି । କାର୍ଯ୍ୟକ୍ରମରେ ଫାଉଣ୍ଡେସନ ସଦସ୍ୟଙ୍କ ସହ ଗାଆଁର ବହୁ ମହିଳା ଯୋଗଦେଇଥିଲେ ।
ବାଲିପାଟଣା
 ଦିନକୁ ଦିନ ରାଜ୍ୟରେ ନିଶା ସେବନ ବୃଦ୍ଧି ପାଇ ଯୁବକମାନଙ୍କୁ ବିପଥଗାମୀ କରାଇବାରେ ଲାଗିଛି  । ଏଥିରେ ପ୍ରତିବନ୍ଧକ ଲଗାଇବା ପାଇଁ ବିଧିବଦ୍ଧ ଉଦ୍ୟମ ହୋଇ ନିଶାଠାରୁ ଦୂରେଇ ରହିବାକୁ ସଚେତନତା ସୃଷ୍ଟି କରିବା ନିତ୍ୟାନ୍ତ ଆବଶ୍ୟକତା ରହିଛି  । ସେଥିପାଇଁ ସାମାଜିକ ଅନୁଷ୍ଠାନ ଆସୋସିଏସନ ଫର ଇଣ୍ଟିଗ୍ରେଟଡ଼ ଡେଭଲପମେଣ୍ଟ ଓ ରେଡିଓ କିଷାନ ମିଳିତ ସହଯୋଗରେ ବିଭିନ୍ନ ସ୍ଥାନରେ ନିଶାମୁକ୍ତ ଅଭିଯାନ ଆରମ୍ଭ ହୋଇଛି । ଅନ୍ତର୍ଜାତୀୟ ମହିଳା ଦିବସରେ ଆଜି ସ୍ଥାନୀୟ ଅଠାନ୍ତର ଛକ ଓ ବିଭିନ୍ନ ଅଞ୍ଚଳରେ ମହିଳାମାନଙ୍କୁ ନେଇ ନିଶାମୁକ୍ତ ଅଭିଯାନଦ୍ୱାରା ପଥପ୍ରାନ୍ତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି  । କାର୍ଯ୍ୟକ୍ରମକୁ ରେଡିଓ କିଷାନର ସମ୍ପାଦକ ପ୍ରଦୀପ୍ ଦତ୍ତ ପରିଚାଳନା କରିଥିବା ବେଳେ ସିଆରପି ସୁଜାତା ଭୋଇ, ସୁଶାନ୍ତ କୁମାର ଦୀକ୍ଷିତ, ମାମୁନି ବେହେରା, ରୀତାରାଣୀ ବେହେରା, ଅନ୍ତର୍ଯ୍ୟାମୀ ମଲ୍ଲିକ, ଦେବେନ୍ଦ୍ର ବେହେରା ପ୍ରମୁଖ ସହଯୋଗ କରିଥିଲେ  ।
କେନ୍ଦ୍ରାପଡା 
ତୁଳସୀ ମହିଳା କଲେଜରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରଫେସର୍ ରଞ୍ଜିତ ରଞ୍ଜନ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ସାହିତି୍ୟକା ସ୍ତମ୍ଭକାର ଡ. ଇତିରାଣୀ ସାମନ୍ତ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ପଥଭ୍ରଷ୍ଟ ସମାଜକୁ ଶୃଙ୍ଖଳିତ କରିବାରେ ନାରୀଙ୍କ ବହୁମୂଖୀ ଭୂମିକାକୁ ବିଭିନ୍ନ ଉପାଖ୍ୟାନ ମାଧ୍ୟମରେ ଉପସ୍ଥାପନ କରିଥିଲେ । ଅଧ୍ୟକ୍ଷ ପ୍ରଫେସର୍ ସାହୁ ସ୍ୱାଗତ ଭାଷଣ ସହ ଭାରତ ବର୍ଷରେ ବୈଦିକ ଯୁଗରୁ ଆରମ୍ଭ କରି ବର୍ତମାନ ପର୍ଯ୍ୟନ୍ତ ଭାରତୀୟ ନାରୀ କିପରି ଦକ୍ଷତା ଓ ପାରଦର୍ଶିତା ବଳରେ ସମଗ୍ର ବିଶ୍ୱରେ ପସିଦ୍ଧିଲାଭ କରିପାରୁଛନ୍ତି ସେ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଆଇକୁ୍ୟଏସିର ସଂଯୋଜକ ଡ. ମଥୁରୀ ଚରଣ ନାୟକ , ପ୍ରଶାସନିକ ଅଧିକାରିଣୀ ପ୍ରଫେସର୍ ଜ୍ୟୋତ୍ସ୍ନାମୟୀ ପତି , ଅଧ୍ୟାପିକା ଡ଼ ମମତା ସାହୁ, ଡ଼ ସୁଜାତା ମହାନ୍ତି ଏହି ଦିବସ ସମ୍ପର୍କରେ ନିଜସ୍ୱ ବକ୍ତବ୍ୟ ପ୍ରଦାନ କରିଥିଲେ । ମୂଖ୍ୟ ଅତିଥି ଡ. ସାମନ୍ତଙ୍କୁ ସମ୍ବର୍ନ୍ଧିତ କରାଯାଇଥିଲା । ଅଧ୍ୟାପିକା ପଦ୍ମଜା କବି ଶତପଥୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ଅଧ୍ୟାପକ ଡ. ଶକ୍ତିଶେଖର ଦାସ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଅଧ୍ୟାପକ ସନତ ପ୍ରଧାନ, ରଞ୍ଜିତ୍ ଦାସ, ରାଜେନ୍ଦ୍ର ସାହୁ ଓ କାର୍ଯ୍ୟାଳୟ ସହାୟକ ବଳରାମ ବାରିକ ପ୍ରମୁଖ ପରିଚାଳନା କରିଥିଲେ   ।
ପାରାଦୀପ
ଆନ୍ତର୍ଜାତିକ ମହିଳା ଦିବସ ପାଳନ ପରିପ୍ରେକ୍ଷୀରେ ପାରାଦୀପ ସାକ୍ଷରତା ସମିତି ପକ୍ଷରୁ ମହିଳାଙ୍କ  ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା  । ମଧୁବନସ୍ଥିତ  ଅଫିସର୍ସ କ୍ଲବ ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବର ମୁଖ୍ୟଅତିଥି ବନ୍ଦରର ଟ୍ରାଫିକ ଆଡଭାଇଜର ଏକେ ବୋଷ, ମୁଖ୍ୟବକ୍ତା ଡେପୁଟି ଟ୍ରାଫିକ ମ୍ୟାନେଜର ଏକେ ସାହୁ  ଓ ସମ୍ମାନିତ ବକ୍ତା ପାରାଦୀପ ପୌର ପାଳିକାର ଅତିରିକ୍ତ କାର୍ଯ୍ୟନିର୍ବାହୀ  ଅଧିକାରୀ ସୁଚିସ୍ମିତା ବୋଷ ଆନ୍ତର୍ଜାତିକ ମହିଳା ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଅବତାରଣା କରିବା ସହିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ  । ସେହିଭଳି ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ପୋର୍ଟ କ୍ଲବ ଲେଡିଜ ଉଇଙ୍ଗ୍ର ସଭାନେତ୍ରୀ, ସମ୍ପାଦିକା, କୋଷାଧ୍ୟକ୍ଷାଙ୍କ ନେତୃତ୍ୱରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । 
ପଟ୍ଟାମୁଣ୍ଡାଇ 
ପୌର ପରିଷଦ ପ୍ରେକ୍ଷାଳୟରେ ଆନ୍ତର୍ଯ୍ୟାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି, ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର, କେନ୍ଦ୍ରାପଡ଼ା ସାଂସଦ ପ୍ରତିନିଧି ନରସିଂହପୁର ସରପଞ୍ଚ ଦୀପ୍ତିମୟୀ ପରିଡା ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ପୌର ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ବିଶ୍ୱାଳ ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ସଭାରେ କାଉନସିଲର ଗୋପୀବଲ୍ଲଭ ନାୟକଲଷ୍ମୀପ୍ରିୟା ସାହୁ, ମଳୟ ଓଝା, ପ୍ରିୟଙ୍କା ସେଠୀ, ରୀନାରାଣୀ ମଲିକସମ୍ରାଟ ଜେନା, ଲାସ୍ୟମୟୀ ସାହୁ, ସମ୍ରାଟ କେଶରୀ ଜେନା,  ସୁଧାମୟ ମଲିକ,ସନ୍ତୋଷ ଦାସ,ମଧୁସ୍ମିତା ମଲିକ, ଝରଣା ବେହେରା, , ବନିତା ମଲିକ, ଶ୍ରୀମତୀ ମଲିକ ପ୍ରମୁଖ ବହୁ କାଉନସିଲର ଯୋଗ ଦେଇ ଭାଷଣ ଦେଇଥିଲେ ଓ ଏଇ ଅବସରରେ ସାରସ୍ୱତ ସାଧନା ପାଇଁ ପତ୍ରପୁର ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀ କବୟିତ୍ରୀ ଆରାଧନା ଦାଶ, ନାଟ୍ୟକାର ଲିଲି ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ, ୪ ସ୍ୱଚ୍ଛା ସାଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ୍ୟସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ସଫଳତା ହାସଲ କରିଥିବା ପ୍ରଧାନଶିକ୍ଷକ ସୁରେନ୍ଦ୍ର ମଲିକ, ଆଞ୍ଚଲ ତ୍ରିପାଠୀ, ଶୁଚିସ୍ମିତା ସାହୁ, ତପସ୍ୱିନୀ ସାହୁ, ରାଜସ୍ମିତା ଓଝା ଶ୍ରୀପର୍ଣ୍ଣା ବେହେରା ଶୁଭଶ୍ରୀ ବେହେରା ଶ୍ରଦ୍ଧାଞ୍ଜଳି ବାରିକ ପ୍ରମୁଖ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସରୋଜ ପଣ୍ଡା, ପ୍ରଫୁଲ୍ଲ ଦାଶ, ହୃଷିକେଶ ନାଥ, ଗଣେଶ ପାତ୍ର, ତପସ୍ୱିନୀ ଦାଶ, ଗଙ୍ଗାଧର ନାୟକ, ପ୍ରଭଞ୍ଜନ ସ୍ୱାଇଁ, ଯନ୍ତ୍ରୀ ସମୀର ଠାକୁର ପ୍ରମୁଖ ପରିଚାଳନା କରିଥିଲେ ।
ପୁରୀ
ଭାରତ ବିକାଶ ପରିଷଦ ଜଗନ୍ନାଥ ଶାଖା ତରଫରୁ ସ୍ଥାନୀୟ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ବିଶ୍ୱର ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ପ୍ରତି ସମ୍ମାନ, ପ୍ରଶଂସା, ରାଜନୈତିକ ଓ ସାମାଜିକ ଉପଲବ୍ଧିର ବାର୍ତା ଦେଇ ଏହି ଉସôବ ପାଳନ କରାଯାଇଛି । ଶିକ୍ଷା ଦ୍ୱାରା ସମାଜରେ ବଢୁଥିବା ଘରୋଇ ହିଂସା ଯୌତୁକ ନିର୍ଯ୍ୟାତନା ପରି ଉକôଟ ବିଷୟରେ କିପରି ସାମ୍ନା କରିବା, ସ୍ୱାବଲମ୍ବନ କ୍ଷେତ୍ରରେ ଆର୍ଥିକ ସୁଯୋଗ କିପରି ହାତେଇବା, ସରକାରଙ୍କ ନୀତିନିୟମ ସହ ଜଡ଼ିତ ରହିବା, ସ୍ୱଚ୍ଛତା ପ୍ରତି ସତର୍କ ରହିବା, ନିର୍ଣ୍ଣୟ ନେବା ଏବଂ ଅନ୍ତର୍ନିହିତ ଅଭିବ୍ୟକ୍ତି ପ୍ରକାଶ କରିବାରେ ସାହାସ ବାନ୍ଧିବା ଆଦି କ୍ଷେତ୍ରରେ ଜଣେ ସଚେତନ ନାଗରିକର କର୍ତବ୍ୟ କଣ ହେବା ଦରକାର ସେ ନେଇ କ୍ଷେତ୍ରୀୟ ମହାସଚିବ ପୂର୍ଣ୍ଣଚନ୍ଦ୍ର ଖଣ୍ଟିଆ କହିଥିଲେ । ପାଠ ପଢିବା ସହ ସମାଜ ପ୍ରତି ସେମାନଙ୍କର କର୍ତବ୍ୟ କ’ଣ ରହିଛି ସେ ନେଇ ବିଶ୍ୱ ବିଦ୍ୟାଳୟର ଅଧ୍ୟାପିକା ସସ୍ମିତା ବନ୍ଦରନାୟକ କହିଥିଲେ । ମମତା ପାତ୍ର, ମୀରା ମହାରଣା, ସଚିବ ସନ୍ତୋଷ ମହାନ୍ତି, ରାଜେଶ୍ୱର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।
କେନ୍ଦ୍ରାପଡା 
ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ବିଜୁ ଜନତା ଦଳର ମହିଳାଶାଖା ପକ୍ଷରୁ ଏକ ସମାବେଶ ଓ ଆଲୋଚନା ଚକ୍ର ବ୍ଲକ ସଭାପତି ସୁମିତ୍ରା ପାଢୀଙ୍କ ଅଧ୍ୟକ୍ଷତାରେ ମୁନିସିପାଲିଟି ଟାଉନହଲରେ ଅନୁଷ୍ଠିତ ହୋଇଯଇଛି । କାର୍ଯ୍ୟକ୍ରମରେ ବିଧାୟକ ଗଣେଶ୍ୱର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, ପୈାର ଅଧ୍ୟକ୍ଷା ସରିତା ସାହୁ, ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ପୈାର ଉପାଧ୍ୟକ୍ଷା ଆକବରୀ ଖାତୁନ, ପୂର୍ବତନ ସରପଂଚ ଜିନତ ପ୍ରିୟଦର୍ଶିନୀ, ନଗର ସଭାପତି ସ୍ୱୟଂପ୍ରଭା କର, ନିର୍ମଳା ମହାନ୍ତି, ଗୀତାଞ୍ଜଳୀ ବସ୍ତିଆ, ସୃତିପ୍ରଜ୍ଞା ଶତପଥୀ, ଜିଲ୍ଲା ପରିଷଦ ସଭ୍ୟ ପ୍ରିୟଦର୍ଶିନୀ ତରାଇ ପ୍ରମୁଖ ଉପସ୍ଥିତ ରହି ଏହି ଦିବସର ତାତ୍ପର୍ଯ୍ୟ ଉପରେ ଆଲୋଚନା କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦୃଢ ନେତୃତ୍ୱ ଆଗାମୀ ଦିନରେ ମହିଳା ମାନଙ୍କୁ ଅଧିକ ସକ୍ରୀୟ କରାଇ ୨ଗୁଣ ବିକାଶରେ କାର୍ଯ୍ୟ କରିବ ବୋଲି ଆହ୍ୱାନ ଦେଇଥିଲେ । ଏହି ଅବସର ରେ ଦିଲ୍ଲୀ ଠାରେ ସମ୍ବର୍ନ୍ଧିତ ହୋଇଥିବା ଭାଗବତପୁର ସରପଂଚ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକଙ୍କୁ ସମ୍ବର୍ନ୍ଧିତ କରାଯାଇ ଥିଲା । ସମାଜସେବୀ ରଂଜିତ ସାହୁ, ଆଲୋକ ସାହୁ, ଯଜାତି କେଶରି ମହାନ୍ତି, ସମ୍ବିତ୍ ଶ୍ରୀଚନ୍ଦନ, ହିରଣ୍ୟ ପଣ୍ଡା, ପ୍ରଦିପ୍ତ ମହାନ୍ତି, ପ୍ରତାପ ମହାପାତ୍ର, ସ୍ୱାଧୀନ ନାୟକ ଓ ପ୍ରଦିପ୍ତ ଜେନା ପ୍ରମୁଖ ସହଯୋଗ କରିଥିଲେ ।
ବନ୍ତ 
ବିଜେଡି ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି  । ପ୍ରଗତିବାଳା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବର ବିଜେଡି ନେତା ବିଜୁପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଏଥିରେ ସ୍ଥାନୀୟ ବିଧାୟକ ସଞ୍ଜିବ ମଲ୍ଲିକ ସ୍ୱର୍ଗତ ବିଜୁବାବୁ ମହିଳା ମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ସହ ଆତ୍ମନିର୍ଭରଶୀଳ କରିବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଥିଲେ  । ପରେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ମହିଳାଙ୍କ ଆତ୍ମନିର୍ଭରଶୀଳ ପାଇଁ ଏଚଏସଜି ମହିଳା ସଙ୍ଗଠନ ଗଠନ କରିବା ସହ ମହିଳାଙ୍କୁ ବହୁକ୍ଷମତା ପ୍ରଦାନକରିଥିଲେ ବୋଲି ମତ ରଖିଥିଲେ । ଅନ୍ୟତମ ଅତିଥି ପ୍ରାକ୍ତନ ସାଂସଦ ମଞ୍ଜୁଲତା ମଣ୍ଡଳ, ପ୍ରଫୁଲ୍ଲ ଜେନା, ମନୋରଞ୍ଜନ ଘଡ଼ାଇ, ସୁମତି ସେଠୀଙ୍କ ସହ ବିଭିନ୍ନ ପଞ୍ଚାୟତରେ ନିର୍ବାଚିତ ହୋଇଥିବା ମହିଳା ସରପଞ୍ଚ ଓ ସମିତି ସଭ୍ୟାମାନେ ଏକାଠି ହୋଇ ପୁଣି ବିଜେଡ଼ି ସରକାରକୁ କ୍ଷମତାକୁ ଆଣିବାକୁ ଆହ୍ୱାନ ଦେଇଥିଲେ  । ଏହି ଅବସରରେ ସୁବାଷ ଦାସ, ସେଖ୍ଜଲାଲ ଉଦ୍ଦିନ, ଅଶୋକ ସାହୁ, ପ୍ରଶାନ୍ତ ଦାସ, ବିପିନ ନାୟକ, ପ୍ରଣବ କିଶୋର ଲେଙ୍କା, ଚିନ୍ମୟ ଦାସ, ପରମେଶ୍ୱର ବାରିକ, ଉଦ୍ଧବ ସେଠୀଙ୍କ ସହ ସଂଖ୍ୟକ ମହିଳା ଯୋଗ ଦେଇଥିଲେ ।
ବାଲିଅନ୍ତା
ଶିକ୍ଷା ଅନୁଷ୍ଠାନ ନିର୍ମାଣ ଗ୍ରୁପ ଅଫ ଇନଷ୍ଟିଚୁଟ ର ଅଡିଟୋରିଆମରେ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଅନୁଷ୍ଠାନର ଅଧକ୍ଷ ସିଦେ୍ଧଶ୍ୱର ମହାନ୍ତି ସଭାପତିତ୍ୱ କରିଥିବା ବେଳେ, ଶିକ୍ଷାବିତ ବିଧୁଭୂଷଣ ପଟ୍ଟନାୟକ ମୁଖ୍ୟଅତିଥି ଏବଂ ଓଡିଆ ଚଳଚିତ୍ରର ସଂଳାପ ଲେଖକ ଡ. ରଜନୀ ରଞ୍ଜନ ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ସମାଜରେ ମହିଳାଙ୍କ ଅବଦାନକୁ ପ୍ରସଂଶା କରିଥିଲେ । ଶିକ୍ଷା, ସଂସ୍କୃତି ଓ ସମାଜ ସେବା ପାଇଁ ୨୫ ଜଣ ମହିଳାଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ବାସୁଦେବ ଆଚାର୍ଯ୍ୟ ପରିଚାଳନା କରିବା ସହ ଅନୁଷ୍ଠାନର ଅନ୍ୟ ଶିକ୍ଷକ ସହଯୋଗ କରିଥିଲେ । ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ନାରୀର ଭୂମିକା ଉପରେ ସଂଗୀତ, ନୃତ୍ୟ ଏବଂ ନାଟକ ପରିବେଷଣ କରଯାଇଥିଲା ।